ମହାକାଶ ଇତିହାସରେ ଯୋଡି ହେବ ଆଉ ଏକ ସଫଳ ଅଧ୍ୟାୟ, ଚନ୍ଦ୍ରାୟନ-୨ର ପ୍ରକ୍ଷେପଣ ପାଇଁ ୨୦ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ

ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଚନ୍ଦ୍ରାୟନ-୨ର ପ୍ରକ୍ଷେପଣ ପାଇଁ ୨୦ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରି କୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସୋମବାର ରାତି ୨ଟା ୫୧ ମିନିଟରେ ଏହାର ଉତକ୍ଷେପଣ ହେବ। ମାନବ ବିହୀନ ଚନ୍ଦ୍ରାୟନ ଯାନର ଓଜନ ୩.୮ ଟନ୍ ରହିଛି।

ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟିର ବ୍ୟୟ ବରାଦ ହୋଇଛି। ମହାକାଶ ଯାନ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗୋଟିଏ ଲ୍ୟାଣ୍ଡର ଓ ଗୋଟିଏ ପ୍ରଜ୍ଞାକୁ ନେଇ ଚନ୍ଦ୍ରାୟନ-୨ ମିସନ ନିର୍ମାଣ ହୋଇଛି। ଆସନ୍ତା ୬ କିମ୍ବା ୭ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ।

ଏହା ସହ ପଢ଼ନ୍ତୁ : ଚନ୍ଦ୍ରାୟାନ୍‌-୨ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ଏହା ପରେ ରୋଭର ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଟରେ ୧୪ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ ଜାରି ରହିବ। ରୋଭର ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.