Below header

ରିଅଲ ଲାଇଫରେ ସୋଲେ: ବୟଫ୍ରେଣ୍ଡ ଉପରେ ରାଗି ୮୦ ଫୁଟ୍ ବିଦ୍ୟୁତ ଟାୱାର ଉପରେ ଚଢ଼ିଗଲେ ଯୁବତୀ !

ଛତିଶଗଡ଼ରେ ବଲିଉଡ୍ ଫିଲ୍ମ ସୋଲେର ରିଭର୍ସ ସିନ୍। ଅର୍ଥାତ ସୋଲେ ଫିଲ୍ମରେ ହେମାମଲିନୀଙ୍କୁ ରାଜି କରାଇବାକୁ ପାଣି ଟାଙ୍କି ଉପରେ ଚଢ଼ି ଡେଇଁ ପଡ଼ିବାକୁ ଧମକ ଦେଇଥିଲେ ଧର୍ମେନ୍ଦ୍ର। ଏଠି ବୟଫ୍ରେଣ୍ଡ ଉପରେ ରାଗି ବିଦ୍ୟୁତ ଟାୱାରରେ ଚଢ଼ିଗଲେ ଯୁବତୀ। ଡେଇଁପଡ଼ିବାକୁ ଧମକ ଦେଇଥିଲେ। ତାଙ୍କୁ ମନେଇବାକୁ ପଛେପଛେ ଟାୱାରରେ ଚଢ଼ିଥିଲେ ଯୁବକ ।

ଛତିଶଗଡ଼(କେନ୍ୟୁଜ): ଛତିଶଗଡ଼ରେ ବଲିଉଡ୍ ଫିଲ୍ମ ସୋଲେର ରିଭର୍ସ ସିନ୍। ଅର୍ଥାତ ସୋଲେ ଫିଲ୍ମରେ ହେମାମଲିନୀଙ୍କୁ ରାଜି କରାଇବାକୁ ପାଣି ଟାଙ୍କି ଉପରେ ଚଢ଼ି ଡେଇଁ ପଡ଼ିବାକୁ ଧମକ ଦେଇଥିଲେ ଧର୍ମେନ୍ଦ୍ର। ଏଠି ବୟଫ୍ରେଣ୍ଡ ଉପରେ ରାଗି ବିଦ୍ୟୁତ ଟାୱାରରେ ଚଢ଼ିଗଲେ ଯୁବତୀ। ଡେଇଁପଡ଼ିବାକୁ ଧମକ ଦେଇଥିଲେ। ତାଙ୍କୁ ମନେଇବାକୁ ପଛେପଛେ ଟାୱାରରେ ଚଢ଼ିଥିଲେ ଯୁବକ।

ଯୁବତୀଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ ମନେଇବାକୁ ବୟଫ୍ରେଣ୍ଡ ଜଣଙ୍କୁ ଅଧଘଣ୍ଟା ଲାଗି ଯାଇଥିଲା। ଶେଷରେ ଉଭୟ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଭିନ୍ନ ଭିନ୍ନ ଟିପ୍ପଣୀ କରିଛନ୍ତି ଲୋକେ। କିଏ ସୋଲେ ଫିଲ୍ମର କପି ବୋଲି କହିଛନ୍ତି ତ କିଏ କହିଛନ୍ତି ହାଇଭୋଲଟେଜ ଡ୍ରାମା। ତେବେ ଯୁବତୀ ଜଣଙ୍କ ଟାୱାରରେ ଚଢ଼ିଥିବା ବେଳେ ବିଦ୍ୟୁତ ପ୍ରବାହ ନଥିବାରୁ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କିଛଇ ଲୋକେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.