Below header

ମଶା କାମୁଡ଼ିବାରୁ ଲୁଗା ଭଳି ସ୍ୱାମୀଙ୍କୁ କାଚିଲେ ସ୍ତ୍ରୀ, ଏବେ ମାମଲା ଥାନାରେ

ମଶା କାମୁଡ଼ିବାରୁ ସ୍ୱାମୀଙ୍କୁ ପିଟିଲା ସ୍ତ୍ରୀ। ଏକୁଟିଆ ସ୍ତ୍ରୀ ନୁହେଁ ଝିଅ ମଧ୍ୟ ନିଜ ମା’କୁ ଏହି କାମରେ ସାହାଯ୍ୟ କରିଥିବା କୁହାଯାଉଛି। ଉଭୟ ମା’ଝିଅ ମିଶି ବ୍ୟକ୍ତିଙ୍କୁ ଏମିତି ପିଟିଛନ୍ତି ଯେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତଙ୍କ ଆଖିରେ ୭ଟି ଷ୍ଟିଚ୍‌ ପଡ଼ିଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ପୁଣିଥରେ ଚନ୍ଦ୍ରକୁ ପଠାଯିବ ଆଉ ଏକ ଯାନ, ଇସ୍ରୋର ଚନ୍ଦ୍ରୟାନ୍‌-୩ ପ୍ରସ୍ତୁତି ଆରମ୍ଭ

ରିପୋର୍ଟ ମୁତାବକ, ଗୁଜରାଟର ଅହମ୍ମଦାବାଦ ସହରର ଭୁପେନ୍ଦ୍ର ଲିଓବା ଏଲ୍‌ଇଡି ଲାଇଟ୍‌ ବିକ୍ରି କରିଥାନ୍ତି। କମ୍‌ ରୋଜଗାର ଥିବାରୁ ସେ ଗତ ଦୁଇ ମାସ ହେଲା ବିଜୁଳି ବିଲ୍‌ ଦେଇପାରିନଥିଲେ। ଫଳରେ ବିଭାଗ ତରଫରୁ ତାଙ୍କ ଘରର ଇଲେକ୍ଟ୍ରିକ୍‌ ସଂଯୋଗ କାଟି ଦିଆଯାଇଥିଲା। ୨ ଦିନ ତଳେ ରାତିରେ ଭୂପେନ୍ଦ୍ର ଖଟ ଉପରେ ଶୋଇଥିବା ବେଳେ ତାଙ୍କ ଝିଅ ଓ ପତ୍ନୀ ତଳେ ଶୋଇଥିଲେ। ରାତିରେ ମଶା କାମୁଡ଼ିବା ନେଇ ପତ୍ନୀ ସକାଳେ ଭୂପେନ୍ଦ୍ରଙ୍କୁ ଅଭିଯୋଗ କରିବା ସହ ଫ୍ୟାନ୍‌ ଥିଲେ ଏଭଳି ସମସ୍ୟା ହୁଅନ୍ତାନ୍ତି ବୋଲି କହିଥିଲେ। ଏହା ଶୁଣି ଭୂପେନ୍ଦ୍ର ମଜାରେ କହିଥିଲେ ଯେ ମୋ ସହ ଖଟ ଉପରେ ଶୁଅ ମଶା କାମୁଡ଼ିବେନି। ଭୂପେନ୍ଦ୍ରଙ୍କଠାରୁ ଏଭଳି ଉତ୍ତର ଶୁଣି ପତ୍ନୀ ରୋଷେଇ ଘରକୁ ଯାଇ ଲୁଗା କାଚିବା ପାଇଁ ବ୍ୟବହାର କରାଯାଉଥିବା ପିଟଣା ଆଣି ସେଥିରେ ସ୍ୱାମୀଙ୍କୁ ଧୁମ୍‌ ପିଟିଥିଲେ। ଆଉ ସେତେବେଳେ ବାପାଙ୍କୁ ବଞ୍ଚାଇବା ପରିବର୍ତ୍ତେ ଝିଅ ମଧ୍ୟ ମା’ ସହ ମିଶି ବାପାକୁ ପିଟିଥିଲା।

ଭୂପେନ୍ଦ୍ରଙ୍କ ପାଟି ଶୁଣି ପଡ଼ୋଶୀ ଘରଲୋକ ଆସି ଭୂପେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ପରେ ଭୂପେନ୍ଦ୍ରଙ୍କ ସାନଭାଇ ମହେନ୍ଦ୍ର ପହଞ୍ଚି ଭାଇଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଭୂପେନ୍ଦ୍ରଙ୍କ ମୁହଁରେ ୭ଟି ଷ୍ଟିଚ୍‌ ପଡ଼ିଛି। ମେଡିକାଲରୁ ଫେରିବା ପରେ ଭୂପେନ୍ଦ୍ର ଉଭୟ ଝିଅ ଓ ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.