Below header

ଜମ୍ମୁ-କଶ୍ମୀର ସୀମାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ଗୁରୁତର

ନୂଆଦିଲ୍ଲୀ :  ଜମ୍ମୁ-କଶ୍ମୀର ପଞ୍ଜାବ ସୀମାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ପାଇଲଟ୍‌ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟରଟି ଦୁର୍ଘଟଣା ହୋଇଥବା ପ୍ରାଥମିକ ଖବରରୁ ଜଣାପଡ଼ିଛି । ହେଲିକପ୍ଟର ଟି ହାଲ୍‌ ଦ୍ୱାରା ନିର୍ମିତ ବୋଲି ଜଣାପଡ଼ିଛି ।

ତେବେ ଦୁର୍ଘଟଣାର ଅନ୍ୟ ଦିଗ ପ୍ରତି ତଦନ୍ତ ଚାଲିଛି ।ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲା ଲଖନପୁର ନିକଟ ପଞ୍ଜାବ ସୀମାରେ ହେଲିକପ୍ଟରଟି ଦୁର୍ଘଟଣା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.