Below header

ଝିଅକୁ ନଗ୍ନ କରି ସ୍ପର୍ଶ କରୁଥିଲେ ସେନା କର୍ମଚାରୀ, ବାପା ବିରୋଧରେ ପୋଲିସ୍‌ରେ ଅଭିଯୋଗ କଲେ ଝିଅ

ଭୋପାଳ :  ବାଡ଼ ଯଦି ଫସଲ ଖାଏ ତେବେ ବିଶ୍ୱାସ କରିବ କାହାକୁ । ସୁରକ୍ଷା ପ୍ରଦାନକାରୀ ବାପା ନଜ ଝିଅ ପାଇଁ ସାଜିଛି ଅସୁରକ୍ଷିତ । ନିଜ ୧୭ ବର୍ଷର ଝିଅ ସହ ବାପା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଝିଅ କିଛି ଭୁଲ୍‌ କଲେ ତାଙ୍କୁ ଛାତ ଉପରେ ଉଲଗ୍ନ କରି ଛିଡା କରାଉଥିଲେ । ଖାଲି ସେତିକି ନୁହେଁ ଉଲଗ୍ନ କରିବା ସହ ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ସ୍ପର୍ଶ କରୁଥିଲେ ଓ ବେଲ୍ଟରେ ପିଟୁଥିଲେ ବୋଲି ଝିଅ ଅଭିଯୋଗ କରିଛନ୍ତି ।

ଝିଅ ତାଙ୍କ ମା’ଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ମା’ ଏକଥା ଜାଣିଥିଲେ ମଧ୍ୟ ତାଙ୍କୁ ଗାଳି ଦେଇ ଚୁପ୍‌ କରାନ୍ତି । ତାଙ୍କ ବାପାଙ୍କ କଥା ଚୁପ୍‌ଚାପ୍‌ ମାନିବାକୁ ମଧ୍ୟ କହିଥାନ୍ତି । କାରଣ ତାଙ୍କ ମା’ ଚାହୁଁ ନଥିଲେ ଯେ ଏପରି କଥା ବାହାର ଲୋକ ଜାଣି ତାଙ୍କର ଅପମାନ କରନ୍ତୁ ବୋଲି ।

ତାଙ୍କ ବଡ଼ ଭଉଣୀଙ୍କ ସହ ମଧ୍ୟ ଏପରି ହୋଇଆସୁଥିଲା । ପୋଲିସ୍‌ ତାଙ୍କୁ ଡାକି ଚେତାବନୀ ଦେଇଥିଲା । ଏହି ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଜଣେ ୪୫ ବର୍ଷ ବୟସ୍କ ସେନା କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.