ମୟୁରଭଞ୍ଜ: ବିଲକୁ ମାଛ ଧରିବାକୁ ଯାଇଥିବା ବେଳେ ଶୁକୃଳି ଜାମୁତି ଗାଁରେ ବଜ୍ରପାତରେ ଜଣେ ମୃତ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା  ଶୁକୃଳି ବ୍ଲକର ଜାମୁତି ଗାଁରେ ବଜ୍ରପାତରେ ଜଣେ ମୃତ୍ୟୁ । ମୃତକ ଜଣକ ହେଉଛନ୍ତି ବୁଧୁରାମ ମାହାନ୍ତ । ସେ ଗ୍ରାମ ପଞ୍ଚାୟତରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ । ଆଜି ଅପରାହ୍ନ ସମୟରେ ବିଲକୁ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ବିଜୁଳି ସହିତ ବର୍ଷା ହେଇଥିଲା । ଅପରାହ୍ନ ୩ ରୁ ୩.୫୦ ଭିତରେ ବଜ୍ରପାତ ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା । ଘଟଣା ସ୍ଥଳକୁ ଶୁକୃଳି ଅଗ୍ନିଶମ ବିଭାଗ କର୍ମଚାରୀ ଯାଇ ମୃତ ଦେହ ଉଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.