ରୁଷ୍ ଆକ୍ରମଣରେ ୟୁକ୍ରେନ୍ ପରମାଣୁ ପ୍ଲାଣ୍ଟ ଧ୍ୱସ୍ତ, ଯଦି ଲିକ୍ ହୁଏ ତେବେ ପରିସ୍ଥିତି ଅତି ଭୟଙ୍କର ହେବ

ନୂଆଦିଲ୍ଲୀ : ୟୁକ୍ରେନ୍ର ନିପର ନଦୀ କୂଳରେ ରହିଛି ଜାପୋରିଜିୟା ପରମାଣୁ ପ୍ଲାଣ୍ଟ । ଗତ ୩ ଓ ୪ ତାରିଖ ଦିନ ରୁଷ୍ ସେନା ଆକ୍ରମଣରେ ଏହି ପ୍ଲାଣ୍ଟ ପ୍ରାୟତଃ ଧ୍ୱଂସ ହୋଇଯାଇଛି । ଏହାକୁ ସମ୍ପର୍ଣ୍ଣ ନଷ୍ଟ କରିବା ଲକ୍ଷ୍ୟରେ ରହିଛି ରୁଷ୍ । ତେବେ ଯଦି ସେମାନେ ଟିକିଏ ଅସାବଧାନ ହୋଇ ଆକ୍ରମଣ କରନ୍ତି ତାହାହେଲେ ସ୍ଥିତି ଭୟଙ୍କର ହେବ ।
ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ଅନୁଯାୟୀ ଜାପୋରିଜିୟା ପରମାଣୁ ପ୍ଲାଣ୍ଟକୁ ରୁଷିଆ ନିଜ କବଜାକୁ ନେଇଛି । ଗୁଳିଗୋଳା ଆକ୍ରମଣରେ ଏଥିରେ ନିଆଁ ଲାଗି ଯାଇଥିଲା । ତେବେ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଏଥିରୁ ପରମାଣୁ ଶକ୍ତି ଲିକ୍ ହେବାର ଆଶଙ୍କା ଟଳି ନାହିଁ । ଆଉ ଯଦି ଏଥିରୁ ରେଡିଏସନ୍ ହୁଏ ତେବେ ଭୟଙ୍କର ସ୍ଥିତି ଉପୁଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
IAEA says it has received reports of artillery shells damaging a nuclear research facility in Ukraine’s besieged second city Kharkiv.
No increase in radiation levels have been reported at the sitehttps://t.co/gs6pbTwH1M pic.twitter.com/ZdBXVPDBdS
— AFP News Agency (@AFP) March 8, 2022
ଗତ ଫେବ୍ରୁଆରୀ ୨୪ ତାରିଖ ଦିନ ରୁଷିଆ ପ୍ରଥମ ଆକ୍ରମଣ କରିଥିଲା । ପ୍ରଥମେ ଚେର୍ଣ୍ଣୋବିଲ ପରମାଣ ପ୍ଲାଣ୍ଟକୁ ଦଖଲ କରି ନେଇଥିଲା । ଯେଉଁଠି ୧୯୮୬ରେ ରେଡିଏସନ୍ ଯୋଗୁଁ ସବୁ କିଛି ବରବାଦ ହୋଇ ଯାଇଥିଲା । ଏହାପରେ ସେହି ଜାଗା ଜନଶୂନ୍ୟ ହୋଇଯାଇଛି । ତେବେ ୟୁକ୍ରେନ୍ର ମୋଟ ୫ଟି ପରମାଣୁ ପ୍ଲାଣ୍ଟ ରହିଛି । ସେଥିରୁ ଦ୍ୱିତୀୟ ବୃହତ୍ ପ୍ଲାଣ୍ଟ ଅଛି ଦେଶର ଦକ୍ଷିଣ ଭାଗରେ । ଏହି ୟୁଝାନୋକ୍ରେସ୍କ ପରମାଣୁ ପ୍ଲାଣ୍ଟରୁ ୨୮୫୦ ମେଗାଓ୍ଵାଟ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେଉଛି । କିଛି ବର୍ଷ ତଳେ ଏହାର ଉନ୍ନତିକରଣ କରାଯାଇଥିଲା । ଏବେ ରୁଷ୍ ତା ଉପରେ ମଧ୍ୟ ନଜର ରଖିଛି ।