ଶରୀରର ଇନସୁଲିନ ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ମେଥି ଚା’

ଚା’ ପିଇବାକୁ ଆପଣ ପସନ୍ଦ କରନ୍ତି। ଆପଣ ଅନେକ ପ୍ରକାର ଚା’ ପିଇଥିବେ। ମସଲା ଚା’, ଅଦା ଚା’, ଗୁଜୁରାତି ଚା’, ଲେମ୍ବୁ ଚା’ ଏମିତି ଅନେକ ପ୍ରକାରର। କିନ୍ତୁ କେବେ ଆପଣ ମେଥି ଚା’ ପିଇଛନ୍ତି କି ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମେଥି ଚା’ କେବଳ ଓଜନ କମ୍‌ ହୋଇଥାଏ। ଏହି ଚା’ ଅନେକ ପ୍ରକାର ରୋଗ ସହିତ ଲଢିବା ପାଇଁ ଶକ୍ତି ଦେଇଥାଏ। ମେଥିରେ ଆଣ୍ଟାସିଡ୍‌ ରହିଥାଏ, ଯାହା ଶରୀରର ଏସିଡ ରିଫ୍ଲେକ୍ସ ଭଳି କାମ କରିଥାଏ। ଏହା ସହିତ ପେଟ ଅଲସରରୁ ମୁକ୍ତି ଦେଇଥାଏ ମେଥି ଚା’। ଜାଣନ୍ତୁ ଏହାଛଡା ଆଉ କ’ଣ ଫାଇଦା ଦିଏ..

– ମେଥିରେ ଫାଇବର ଭରପୂର ମାତ୍ରାରେ ରହିଥାଏ। ଯାହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ। ଷ୍ଟୋନ ସମସ୍ୟା ଥିଲେ ମେଥି ଚା’ ଫାଇଦା ଦିଏ।

– ମେଥି ଏମିତି ଏକ ମସଲା, ଯାହାର ବ୍ୟବହାର ଓଜନ ଘଟାଇବା ଏବଂ ଡାଇବେଟିଜ ଭଳି ସମସ୍ୟାକୁ ଦୂର କରେ। ସୁସ୍ଥ ଏବଂ ଫିଟ୍‌ ରହିବା ପାଇଁ ପ୍ରତିଦିନ ମେଥି ଚା’ ଡାଏଟରେ ସାମିଲ କରିପାରିବେ।

– ମେଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ। ଯାହା ଆପଣଙ୍କର ସୁଗାଲ ଲେବଲକୁ ନିୟନ୍ତ୍ରଣରେ ରଖିଥାଏ। ଶରୀରରେ ଇନସୁଲିନ ମାତ୍ରାକୁ ବଢିବାରେ ରୋକିଥାଏ। ଆପଣ ରେଗୁଲାର ଚା’ ତୁଳନାରେ ମେଥି ଚା’ ପିଇପାରିବେ।

methi

କେମିତି କରିବେ :

ମେଥି ଚା’ କରିବା ପାଇଁ ଏକ ଚାମଚ ମେଥି ପାଉଡରରେ ଗରମ ପାଣି ମିଶାନ୍ତୁ। ଏହା ପରେ ମେଥିକୁ ଛାଣି ଦେଇ ଚା’ରେ ଲେମ୍ବୁ ପକାଇ ପିଅନ୍ତୁ। ଆପଣ ଚାହିଁଲେ ମେଥିକୁ ରାତିସାରା ଭିଜାଇ ରଖି ସକାଳୁ ସେହି ପାଣିରେ ତୁଳସୀ ପତ୍ର ପକାଇ ସିଝାଇ ଚା’ କରି ପିଇପାରିବେ। ଆପଣ ଚା’ରେ ଅଳ୍ପ ମହୁ ମିଶାଇ ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.