ଜାଣନ୍ତୁ ଶସ୍ତାରେ ମିଳୁଥିବା ଓୟାରଲେସ୍ ଇୟରବଡ୍, ଯେଉଁଥିରେ ଅଛି ଇନ୍-ବିଲ୍ଟ ମାଇକ୍ ଏବଂ ଅନେକ ଭଲ ଫିଚର୍

ଯୁଗ ବଦଳିବା ସହିତ ନିଚ ରୁଚିକୁ ବଦଳାଉଛନ୍ତି ଯୁବପିଢି। ଏମିତିକି ବିଭିନ୍ନ ପ୍ରକାର ଫୋନ୍ ଓ ଗ୍ୟାଜେଟ ଉପରେ ମଧ୍ୟ ସେମାନେ ରୁଚି ରଖୁଛନ୍ତି। ଏହି ସବୁ ଜିନିଷକୁ ଆହୁରି କେମିତି ଭଲ କରାଯାଇ ପାରିବ ତାହା ମଧ୍ୟ ଧ୍ୟାନ ରଖୁଛନ୍ତି। ପୁଣି ଉପଭୋକ୍ତାଙ୍କ ଇଚ୍ଛାକୁ ଦେଖି କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ରଡକ୍ଟ ମାର୍କେଟରେ ଲଞ୍ଚ କରୁଛନ୍ତି।

ଯେମିତିକି ଏବେ ଆଉ ଅଧିକ ଲୋକ ଇଅର୍ କଡ ଏତେ ବ୍ୟବହାର ନ କରି ଇୟରବଡବ ବ୍ୟବହାର କରୁଛନ୍ତି। ତେଣୁ ଆପଣ ଯଦି ଏହି ଇୟରବଡ କିଣିବାକୁ ଇଚ୍ଛା କରୁଛନ୍ତି, ଆଜି ଆମେ ଆପଣଙ୍କୁ ଭଲ ଇୟରବଡ ବିଷୟରେ କହିବୁ। ଯାହା ଆପଣଙ୍କୁ ଅନେକ କାମରେ ସାହାଯ୍ୟ କରିବ।

ear buds
Picture credit – navbharattimes.indiatimes.com

ଏହି ସମସ୍ତ ଇୟରବଡଗୁଡିକ ଇନ-ବିଲ୍ଟ ମାଇକ୍ ସହିତ ଆସିଥାଏ । ଯାହା ସହିତ ହ୍ୟାଣ୍ଡ ଫ୍ରି କଲିଂ ଏବଂ ଗୁଗୁଲ୍ ଭଏସ୍ କମାଣ୍ଡ ମଧ୍ୟ ଦିଆଯାଇପାରିବ । ଏଗୁଡ଼ିକ ଭଲ କମ୍ପାକ୍ଟ ଡିଜାଇନ୍ ସହିତ ମାର୍କେଟରେ ଉପଲବ୍ଧ। ଯାହାକୁ ଆପଣ ସହଜରେ ଯେକୌଣସି ସ୍ଥାନକୁ ନେଇପାରିବେ। ଯଦି ଆପଣ ଛୋଟ ଆକାରର ବ୍ଲୁଟୁଥ୍ ଇୟରବଡ୍ ଅତି କମ୍ ଦାମରେ ପାଇବାକୁ ଆଶା କରୁଛନ୍ତି ଆଜି ଆମେ ସେହି ସବୁ ଇୟରବଡ ବିଷୟରେ କହିବୁ।

ବ୍ଲୁଟୁଥ୍ ସହିତ ଏହି ଇୟରବଡ ଗୁଡ଼ିକର ଭଲ ସାଉଣ୍ଡ ମଧ୍ୟ ରହିଛି। ଏହି ବ୍ଲୁଟୁଥ୍ ଇୟରବଡକୁ କମ୍ ବଜେଟରେ କିଣିପାରିବେ। ପ୍ରଥମେ ଆସୁଛି ହାମର ଏୟାରଫ୍ଲୋ ଇୟରବଡ। ଏଗୁଡ଼ିକ TWS ସହିତ ମାର୍କେଟରେ ଉପଲବ୍ଧ। ଯେଉଁଥିରେ ଆପଣ ଭଲ ଷ୍ଟେରିଓ ସାଉଣ୍ଡ ପାଇପାରିବେ।

ଏହି ଇୟରବଡରେ 5.0 ର ବ୍ଲୁଟୁଥ୍ ସଂଯୋଗ କରାଯାଇଛି। ଏହି ଇୟରବଡରେ 300mAh ବ୍ୟାଟେରୀ ଉପଲବ୍ଧ। ଯାହା ସହିତ ଆପଣ 3 ରୁ 4 ଘଣ୍ଟା ପାଇଁ ସହଜରେ ଗୀତ ଶୁଣିପାରିବେ । ଏହା ବ୍ଲୁ ଏବଂ ଅନେକ ରଙ୍ଗରେ ଉପଲବ୍ଧ। ଏୟାରଡପ୍ସ 141 TWS ଇୟରବଡସ୍: ଆପଣ ଏୟାରଡପ୍ସ 141 TWS ଇୟରବଡ ମଧ୍ୟ କିଣିପାରିବେ କାରଣ ଏହା ମଧ୍ୟ ଭଲ ସାଉଣ୍ଡ ଦେଇଥାଏ । ଏହି ଇୟରବଡରେ INX ଟେକ୍ ମଧ୍ୟ ଦିଆଯାଇଛି। ଯାହା ଭଲ ଏବଂ ଦୀର୍ଘସ୍ଥାୟୀ । ଏଥିରେ ସେନ୍ସର ରଖାଯାଉଛି, ଯାହାକୁ ଆପଣ ନିୟନ୍ତ୍ରଣ କରିପାରିବେ।

ଏହାପରେ ଆସୁଛି (JBL) ସୁଇଙ୍ଗ୍ 350 ଇରବଡସ୍। ଏଗୁଡ଼ିକ ଷ୍ଟାଇଲିସ୍ ଏବଂ ଆକର୍ଷଣୀୟ ଫିଚର୍ ସହିତ ମାର୍କେଟରେ ଉପଲବ୍ଧ । ଏହାର ଇୟରବଡ ମଧ୍ୟ ବହୁତ ଆରାମଦାୟକ। ଏହା ଡିପ୍ ବାସ୍ ଏବଂ ଉତ୍କୃଷ୍ଟ ଷ୍ଟେରିଓ ସାଉଣ୍ଡ ଦେବ। ଡୁଆଲ୍ ଇକ୍ୱାଲାଇଜର୍ ସହିତ ଏହା ମାର୍କେଟରେ ଉପଲବ୍ଧ।

ଏହାକୁ ଥରେ ଚାର୍ଜ କଲେ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ଖାସକରି ଏହା 24 ଘଣ୍ଟା ରହିବା। ଏହାପରେ ଆସୁଛି ନଏଜ୍ ବିଡ୍ ଇୟର ବଡ। ଏହା ଇନ୍-ବିଲ୍ଟ ମାଇକ୍ ସହିତ ମିଳିବ। ଯାହା ସହିତ ଆପଣ ହ୍ୟାଣ୍ଡସ୍ ଫ୍ରି କଲିଂର କାର୍ଯ୍ୟକୁ ସହଜରେ ପାଇପାରିବେ । ଏହି ଇୟରବଡଗୁଡିକର ଆକର୍ଷଣୀୟ ରଙ୍ଗ ରହିଛି। ଏଥିରେ ହାଇପର ସିଙ୍କ ଟେକ୍ନୋଲୋଜି ଅଛି। ଯାହା ଗୀତ ଶୁଣିବା ପରେ ଏହାର କ୍ୱାଲିଟି ବଢ଼ାଇଥାଏ। ଏହି ସବୁ ଇୟରବଡ ଆପଣ ୧ ହଜାର ରୁ ୧୫୦୦ ଟଙ୍କା ମଧ୍ୟରେ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.