ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର(କେନ୍ଯୁଜ୍): ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ। ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ମାର୍ଚ୍ଚ ୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୨୦୨୨-୨୩ ପାଇଁ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌। ବଜେଟ ଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏଥର ୬ ଦିନ ରହିବ କାର୍ଯ୍ୟଦିବସ।