ସବୁଠୁ ଅଧିକ ପ୍ରତିବନ୍ଧକ ଲାଗିଥିବା ଦେଶ ପାଲଟିଲା ରୁଷ୍, ୫୫୩୦ଟି ସଂସ୍ଥା କଲା ବ୍ୟାନ୍

ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ରୁଷ୍ର ନାଁ ସବୁଠୁ ଅଧିକ ପ୍ରତିବନ୍ଧକ ଲାଗିଥିବା ଦେଶ ତାଲିକାରେ ସାମିଲ ହୋଇଛି। ଯୁଦ୍ଧ ଯୋଗୁ ରୁଷ୍କୁ ଏକାଧିକ ଦେଶ ଓ କମ୍ପାନୀ ବ୍ୟାନ୍ କରିଛନ୍ତି। ଫଳରେ ଇରାନ୍ ଓ ଉତ୍ତର କୋରିଆକୁ ବି ପଛରେ ପକାଇଛି ରୁଷ୍। ରିପୋର୍ଟ ମୁତାବକ, ଆମେରିକା ଓ ୟୁରୋପିଆନ୍ ୟୁନିୟନ୍ ନିକଟରେ ରୁଷ୍ ଉପରେ ୨,୭୭୮ ଟି ନୂଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ମିଶାଇ ଇତି ମଧ୍ୟରେ ରୁଷ୍ ଉପରେ ମୋଟ୍ ୫,୫୩୦ ପ୍ରତିବନ୍ଧକ ଲାଗିଛି।
Russia becomes world’s most-sanctioned nation after Ukraine war, surpasses Iran, North Korea https://t.co/tVU4XgRRYY
— MSN India (@msnindia) March 8, 2022
ସୂଚନାଯୋଗ୍ୟ ଯେ ରୁଷ ଉପରେ ୨୨ ଫେବ୍ରୁଆରୀ ପୂର୍ବରୁ ୨,୭୫୪ ଟି ପ୍ରତିବନ୍ଧକ ଲାଗିଥିଲା। ତା’ ପରେ ୨୨ ଫେବ୍ରୁଆରୀ ପରେ ୨୭୭୮ ଟି ପ୍ରତିବନ୍ଧକ ଲାଗିଛି। Castellum.ai ନାମକ ଏକ ପ୍ରତିବନ୍ଧକ ଟ୍ରାକିଂ ଡାଟାବେସ୍ ଏହି ସୂଚନା ଦେଇଛି। ପ୍ରକାଶ ଯେ ୟୁକ୍ରେନ୍ ଉପରେ ଫେବ୍ରୁଆରୀ ୨୪ରେ ରୁଷ୍ ଏହି ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଏବେ ବି ଜାରି ରହିଛି।
ରୁଷ୍ ଉପରେ ସବୁଠୁ ଅଧିକ ୫୬୮ଟି ପ୍ରତିବନ୍ଧକ ସ୍ୱିଜରଲାଣ୍ଡ ଲଗାଇଛି। ଏହା ପରେ ୟୁରୋପିଆନ୍ ୟୁନିୟନ୍ ୫୧୮ଟି, ଫ୍ରାନ୍ସ ୫୧୨ଟି ପ୍ରତିବନ୍ଧକ ଲଗାଇଛି। ଇତି ମଧ୍ୟରେ ଆମେରିକା ରୁଷ୍ ଉପରେ ୨୪୩ଟି ପ୍ରତିବନ୍ଧକ ଲଗାଇଛି। ଅନ୍ୟପଟେ ଭାରତ ଏହି ଯୁଦ୍ଧରେ ନିରପେକ୍ଷ ରହି ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରଖିଛି।
Also Read: ହୋଲିକା ଦହନ ବେଳେ ନିଶ୍ଚୟ ମାନନ୍ତୁ ଏସବୁ କଥା, ନଚେତ୍ ପରିବାର ଉପରକୁ ମାଡ଼ି ଆସିବ ବିପତ୍ତି