ହୋଲିକା ଦହନ ବେଳେ ନିଶ୍ଚୟ ମାନନ୍ତୁ ଏସବୁ କଥା, ନଚେତ୍ ପରିବାର ଉପରକୁ ମାଡ଼ି ଆସିବ ବିପତ୍ତି

ପ୍ରତିବର୍ଷ ଫାଲଗୁନ୍ ମାସର ପୂର୍ଣ୍ଣିମା ତିଥିରେ ଦୋଳ ପର୍ବ ପାଳିତ ହୁଏ। ଏହାର ପରଦିନ ପଡ଼େ ରଙ୍ଗର ପର୍ବ ହୋଲି। ଚଳିତବର୍ଷ ୧୭ ମାର୍ଚ୍ଚ ୨୦୨୨ରେ ହୋଲିକା ଦହନ ପାଳିତ ହେବ। ତା’ପର ଦିନ ଅର୍ଥାତ୍ ୧୮ ମାର୍ଚ୍ଚରେ ପଡ଼ୁଛି ରଙ୍ଗର ପର୍ବ ହୋଲି। ହୋଲି ପୂର୍ବରୁ ହୋଲାଷ୍ଟକ ଲାଗେ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଚଳିତ ବର୍ଷ ହୋଲାଷ୍ଟକ ୧୦ ମାର୍ଚ୍ଚରୁ ଆରମ୍ଭ ହୋଇ ହୋଲିକା ଦହନ ଦିନ ଶେଷ ହେବ। ଏଥରକ ହୋଲି ଅନେକ କାରଣରୁ ଖାସ୍ ହେବାକୁ ଯାଉଛି। ଏଥିସହ ଏହି ତିଥିରେ କେତେକ ଶୁଭ ଯୋଗ ବି ବନୁଛି। ତେବେ ଆସନ୍ତୁ ଜାଣିବା ହୋଲିରେ ପଡ଼ୁଥିବା ଶୁଭ ଯୋଗ ବିଷୟରେ…
ଚଳିତ ବର୍ଷ ହୋଲିରେ ବୃଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଓ ଧ୍ରୁବ ଯୋଗ ପଡ଼ୁଛି। ବୃଦ୍ଧି ଯୋଗ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଲାଭକାରୀ ହୋଇଥାଏ। ସେହିପରି ସର୍ବାର୍ଥ ସିଦ୍ଧି ଯୋଗରେ ଭଲ କାମ ଯୋଗୁ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏସବୁ ଯୋଗ ଯୋଗୁ ସବୁ ରାଶି ଉପରେ ଭଲ ପ୍ରଭାବ ପଡ଼େ।
ହୋଲିକା ଦହନର ନିୟମ:
- ଶୁଭ ମୂହୁର୍ତ୍ତରେ ହିଁ ହୋଲିକା ଦହନ କରନ୍ତୁ। ଭଦ୍ରା ମୁଖ ଓ ରାହୁକାଳରେ ହୋଲିକା ଦହନ କରିବା ଶୁଭ ହୋଇନଥାଏ।
- ହୋଲିକା ଦହନ ବେଳେ ମହିଳା ମୁଣ୍ଡରେ ଓଢ଼ଣା ପକାଇବା ଉଚିତ।
- ହୋଲି ଦିନ ଭୋଜନ କରିବା ବେଳେ ଆପଣଙ୍କ ମୁହଁ ଦକ୍ଷିଣ ଦିଗ ଆଡ଼କୁ ରହିବା ଶୁଭ ହୋଇନଥାଏ।
- ଏହି ଦିନ ସାତ୍ତ୍ୱିକ ଭୋଜନ ସେବନ କରନ୍ତୁ।
- ଏହ ଦିନ ବୃଦ୍ଧ ଲୋକଙ୍କୁ ଅନାଦର କରନ୍ତୁ ନାହିଁ। ଭଗବାନ ଅସନ୍ତୁଷ୍ଟ ହେବେ।
- ହୋଲି ଦିନ ବିଳମ୍ବିତ ରାତି ଯାଏଁ ବାହାରେ ରୁହନ୍ତୁ ନାହିଁ। କାରଣ ଏହି ଦିନ ରାତିରେ ନକାରାତ୍ମକ ଶକ୍ତି ଅଧିକ ସକ୍ରିୟ ରହିଥାନ୍ତି।
Also Read: ଛିଡ଼ିଲା ୧୫ ବର୍ଷର ସମ୍ପର୍କ , ‘ସାରେଗାମାପା’ ଛାଡ଼ିଲେ ହୋଷ୍ଟ୍ ଆଦିତ୍ୟ ନାରାୟଣ