ପଡ଼ିଆ ମଝିରେ ଫାଟିଗଲା ପାକ୍ କ୍ରିକେଟରଙ୍କ ପ୍ୟାଣ୍ଟ! ସୂତାଏ ସୂତାଏ ବଞ୍ଚିଗଲା ଏହି ଖେଳାଳିଙ୍କ ଇଜ୍ଜତ୍; ଦେଖନ୍ତୁ ଭିଡିଓ…

ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରାୱଲପିଣ୍ଡିରେ ଖେଳା ଯାଉଛି। ଏଠାରେ ମ୍ୟାଚ୍ ସମୟରେ ଏମିତି କିଛି ଘଟିଥିଲା, ଯାହା ସମସ୍ତଙ୍କୁ ହସାଇବାକୁ ବାଧ୍ୟ କରିଥିଲା। ବାସ୍ତବରେ, ଏହି ମ୍ୟାଚ୍ ସମୟରେ ଫିଲ୍ଡିଂ କରୁଥିବା ବେଳେ ପାକିସ୍ତାନର ଜଣେ କ୍ରିକେଟରଙ୍କ ପ୍ୟାଣ୍ଟ ପଡ଼ିଆ ମଝିରେ ଫାଟି ଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା କ୍ଷଣି ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏବଂ ଲୋକମାନେ ଖୁବ୍ କମେଣ୍ଟ କରିବା ଆରମ୍ଭ କରି ଦେଇଥିଲେ।
ପଡ଼ିଆ ମଝିରେ ଫାଟିଗଲା ଖେଳାଳିଙ୍କ ପ୍ୟାଣ୍ଟ୍
ଏହି ଘଟଣା ଘଟିଥିଲା ଅଷ୍ଟ୍ରେଲିଆ ଇନିଂସର ୧୨୩ ତମ ଓଭରରେ। ଏହି ଓଭରରେ ନୌମାନ ଅଲି ବୋଲିଂ କରୁଥିଲେ। ନୌମାନଙ୍କ ୫ମ ବଲ୍ରେ ଅଷ୍ଟ୍ରେଲୀୟ ୱିକେଟ୍ କିପର ଆଲେକ୍ସ କ୍ୟାରୀ ରିଭର୍ସ ସ୍ୱୀପ୍ ଖେଳିଥିଲେ। ବଲ୍ ପଏଣ୍ଟ ଆଡକୁ ଯାଇଥିଲା, ଯାହାକୁ ଫିଲ୍ଡର ଶାନ ମସୁଦ ଅଟକାଇବାକୁ ଚେଷ୍ଟା କରିଥିଲେ। ମସୁଦ ବଲ୍ ଅଟକାଇବା ପ୍ରୟାସରେ ବାଉଣ୍ଡ୍ରୀରେ ରଖାଯାଇଥିବା ବ୍ୟାନରରେ ଘଷି ହୋଇ ବାହାରକୁ ଚାଲି ଯାଇଥିଲେ। ଯେତେବେଳେ ସେ ଛିଡ଼ା ହୋଇଥିଲେ, ତ ଦେଖିବାକୁ ପାଇଲେ କି, ତାଙ୍କ ପ୍ୟାଣ୍ଟ ବାମ ପଟେ ଫାଟି ଯାଇଛି। ତେବେ ଭାଇରାଲ ଭିଡିଓରେ ଜଣେ ୟୁଜର ଲେଖିଛନ୍ତି, ‘ଯାହା ହେଉ, ସେ ତଳେ କିଛି ପିନ୍ଧିଛନ୍ତି’।
ମ୍ୟାଚର ଚତୁର୍ଥ ଦିନରେ ଏହି ମଜାଦାର ଘଟଣା ଦେଖିବାକୁ ମିଳିଥିଲା। ଲାଇଭ୍ ମ୍ୟାଚ ଚାଲିଥିବା ବେଳେ ପାକିସ୍ତାନୀ ଖେଳାଳି ଶାନ ମସୁଦଙ୍କ ପ୍ୟାଣ୍ଟ ଫାଟି ଯାଇଥିଲା। ସୌଭାଗ୍ୟବଶତଃ ସେ ପ୍ୟାଣ୍ଟ ତଳେ ଇନର୍ ପିନ୍ଧିଥିଲେ ଏବଂ ତାଙ୍କ ଇଜ୍ଜତ୍ ସୂତାଏ ସୂତାଏ ବଞ୍ଚି ଯାଇଥିଲା। କିନ୍ତୁ ସେପଟେ ସୋସିଆଲ ମିଡିଆରେ ଫ୍ୟାନ୍ମାନେ ଏହି ଘଟଣାର ଜବରଦସ୍ତ ମଜା ଉଠାଉଛନ୍ତି। କହି ରଖୁଛୁ, ଅଷ୍ଟ୍ରେଲିଆ ଟିମ୍ ୨୪ ବର୍ଷ ପରେ ପାକିସ୍ତାନ ମାଟିରେ କ୍ରିକେଟ୍ ସିରିଜ୍ ଖେଳୁଛି।
#PAKvAUS #PakistanBachanaHai
Trousers of Shan Masood gets torn down as he slips in a bid to stop boundary. pic.twitter.com/BC3ff8VhAO— Baseer Ahmed (@journoBaseer) March 7, 2022