ବିଏସଏନଏଲ୍‌ କର୍ମଚାରୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କହିଲେ ‘କାମ କର ନଚେତ୍ ଘରେ ବସ’

କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ନୀତୀନ ଗଡକାରୀଙ୍କୁ ଅନୁସରଣ କରୁଛନ୍ତି। ବିଏସଏନଏଲ ଅଧିକାରୀଙ୍କ ସହିତ ପ୍ରଥମ ବୈଠକରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ। ଏହି ବୈଠକରେ ମନ୍ତ୍ରୀ ବିଏସଏନଏଲ ଅଧିକାରୀଙ୍କ ପାଇଁ ‘କର ବା ମର ’ ପରି ପରିସ୍ଥିତି ସୃଷ୍ଟି କରିଛନ୍ତି। ବୈଠକରେ ମନ୍ତ୍ରୀ କହିଛନ୍ତି, ଯଦି କାମ କରିବାର ଇଚ୍ଛା ଅଛି, ତେବେ କର ନଚେତ କମ୍ପାନୀ ଛାଡ । ଏହି ମିଟିଂର ଅଡିଓ ଲିକ୍‌ ହୋଇ ଭାଇରଲ ହେବାରେ ଲାଗିଛି।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର ଏକ ଅଡିଓ ମଧ୍ୟ ଲିକ୍ ହୋଇଥିଲା । ଯେଉଁଥିରେ ସେ ସରକାରୀ କର୍ମଚାରୀଙ୍କୁ ଆସନ୍ତା ଦୁଇ ବର୍ଷ କଠିନ ପରିଶ୍ରମ କରିବାକୁ କହୁଛନ୍ତି । ଏହା ସହିତ ସେ ରୋକଠୋକ କହୁଛନ୍ତି ଯେ, କାମ କରନ୍ତୁ ନଚେତ୍ ଭିଆରଏସ୍ ନେଇଯାଇ ଘରେ ବସନ୍ତୁ । ନଚେତ୍ କାମ କରୁନଥିବା କର୍ମଚାରୀଙ୍କୁ ଜବରଦସ୍ତି ଭିଆରଏସ୍ ଦେବେ ସରକାର । ରେଲଓ୍ବେରେ ଯେଉଁଭଳି କରାଯାଇଛି ବିଏସଏନଏଲ୍ କର୍ମଚାରୀଙ୍କୁ ମଧ୍ୟ ସେହିଭଳି କରାଯିବ। BSNLରେ କାର୍ଯ୍ୟରତ ୬୨ ହଜାର କର୍ମଚାରୀଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ । ଚେତାବନୀ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘କାମ କର ନଚେତ୍ ଘରେ ବସ’।

କ୍ଷତି ତ କ୍ଷତି ତା ସହିତ କେନ୍ଦ୍ର ସରକାର ପ୍ରତିବର୍ଷ BSNLର କ୍ଷତି ଭରଣା ପାଇଁ କ୍ୟାକେଜ୍ ମଧ୍ୟ ଘୋଷଣା କରୁଛନ୍ତି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ପାଇଁ କିଛିଦିନ ପୂର୍ବରୁ ୧ ଲକ୍ଷ ୬୪ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହା ସହିତ କମ୍ପାନୀକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ସରକାର ଲଗାତାର ଭାବେ ଆଲୋଚନା ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଲଗାତାର ଭାବେ କ୍ଷତିରେ ଚାଲିଛି । ଏଭଳି ସ୍ଥିତିରୁ ବାହାରିବା ପାଇଁ କେନ୍ଦ୍ରର ମୋଦି ସରକାର ଲଗାତାର ଭାବେ ପ୍ରୟାସ ଜାରି ରଖିଛନ୍ତି । ବେଶ କିଛି ବର୍ଷ ହେଲା ଦୟନୀୟ ସ୍ଥିତିରେ ବିଏସଏନଏଲ୍ । କମ୍ପାନୀର ଏଭଳି ସ୍ଥିତି ପାଇଁ କର୍ମଚାରୀ ହିଁ ଦାୟୀ ବୋଲି ଅନେକ ସମୟରେ ଅଭିଯୋଗ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.