ଚାଷକାମ ପାଇଁ କେନାଲରେ ପାଣି ନଆସିବାରୁ ରାସ୍ତା ଅବରୋଧ କଲେ ଚାଷୀ, ଜେଇ ଓ ଏସ୍‌ଡିଓଙ୍କୁ ରଖିଲେ ଅଟକ

ମାର୍ଶାଘାଇ(କେନ୍ୟୁଜ୍): ଚାଷକାମ ପାଇଁ କେନାଲରେ ପାଣି ନଆସିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପସ୍ତା ଛକଠାରେ ରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳର ଚାଷୀ । ବର୍ଷା ଅଭାବରୁ ଧାନ ତଳି ପଡିଥିବା ଜମି ସବୁ ସୁଖି ଫାଟି ଆଁ କଲାଣି । ଚଳିତ ବର୍ଷ ପାଣି ଅଭାବରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହେଲାଣି ।

ଚାଷୀମାନେ ଜଳକର ଦେଉଥିବା ବେଳେ କେନାଲରେ ପାଣି ଆସିବାର ନାଁ ଧରୁନି । ପାଣି ପାଇଁ ଅପେକ୍ଷା କରି କରି ବାଧ୍ୟ ହୋଇ ରାସ୍ତା ଅବରୋଧ କରିବା ସହ ଜେଇ, ଏସ୍‌ଡିଓଙ୍କୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ଅଧିକ୍ଷଣ ଯନ୍ତ୍ରୀ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ । ଯଥାଶୀଘ୍ର କେନାଲରେ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧରୁ ହଟିଥିଲେ ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.