ସୂର୍ଯ୍ୟଦେବଙ୍କ ଏହି ୬ ଅଦ୍ଭୁତ ମନ୍ତ୍ର ଦ୍ୱାରା ସବୁ କଷ୍ଟ ହୋଇଥାଏ ଦୂର, ପ୍ରତି ମନ୍ତ୍ରରେ ରହିଛି ଅଦ୍ଭୁତ ଲାଭ

ଶାସ୍ତ୍ରରେ କୁହାଯାଇଛି ପୂଜା ପାଠ ଓ ମନ୍ତ୍ର ବଳରେ ସବୁ ଦେବତାଙ୍କୁ ବଶ କରାଯାଇପାରେ । ବିଶେଷକରି ସୂର୍ଯ୍ୟଙ୍କୁ ପୂଜା ଓ ମନ୍ତ୍ର ଦ୍ୱାରା ସନ୍ତୁଷ୍ଟ କରାଯାଇପାରେ । ସୂର୍ଯ୍ୟଙ୍କ ପୂଜା ଓ ମନ୍ତ୍ର ଦ୍ୱାରା ବହୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସଫଳ କରାଯାଇ ପାରିବ । ଆସନ୍ତୁ ଜାଣିବା ଏପରି କିଛି ମନ୍ତ୍ର ଯାହା ଆମକୁ ସଫଳତା ଦେବ ।

ସୂର୍ଯ୍ୟଦେବଙ୍କ ଏହି ୬ ଅଦ୍ଭୁତ ମନ୍ତ୍ରରେ ରହିଛି ଅଦ୍ଭୁତ ଲାଭ-

ସୂର୍ଯ୍ୟଦେବଙ୍କୁ ପୂଜା ଦ୍ୱାରା ପରାକ୍ରମ, ଜ୍ଞାନ, ବୁଦ୍ଧି, ବଳ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଦେବଙ୍କ ମନ୍ତ୍ର ଦ୍ୱାରା ଓ ତାଙ୍କୁ ଆରଧନା କରିବା ସବୁଠୁ ସହଜ ତରିକା । ଏହା ଦ୍ୱାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ଅଶୁଭ ପ୍ରଭାବ କମ ହୋଇଯାଇଥାଏ ।

‘ଓଁ ସୂର୍ଯ୍ୟାୟ ନମଃ’

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ବେଳେ ଏହି ମନ୍ତ୍ରକୁ ଜପ କରନ୍ତୁ । ଏହାଦ୍ୱାରା ଯଶ, କୀର୍ତ୍ତି, ପଦ-ପ୍ରତିଷ୍ଠା ଓ ପଦୋନ୍ନତି ହୋଇଥାଏ ।

‘ଓଁ ହ୍ରୀଂ ହ୍ରୀଂ ସୂର୍ଯ୍ୟାୟ ନମଃ’

ଏହି ମନ୍ତ୍ର ସ୍ୱାସ୍ଥ୍ୟ ଲାଭ ପାଇଁ ବହୁତ ଫଳଦାୟୀ ହୋଇଥାଏ । ପ୍ରତିଦିନ ଏକ ମାଳା ଏହି ମନ୍ତ୍ର ଜପ କରିବା ଦ୍ୱାରା ଅତି ମାରାତ୍ମକ ରୋଗ ଭଲ ହୋଇଥାଏ ।

‘ଓଁ ଆଦିତ୍ୟାୟ ବିଦ୍ମହେ ଦିବାକରାୟ ଧୀମହି ତନ୍ନୋ ସୂର୍ଯ୍ୟଃ ପ୍ରଚୋଦୟାତ୍‌ ’

ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ଧନ ଲାଭ ପାଇଁ ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଭାଗ୍ୟ ବଳବାନ ହୋଇଥାଏ ।

‘ଓଁ ଘୃଣିଃ ସୂର୍ଯ୍ୟାୟ ନମଃ’

ଚାକିରି, ବେପାରରେ ଉନ୍ନତି ପାଇଁ ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର ବହୁତ ଲାଭକାରୀ ହୋଇଥାଏ । ମାନ ସମ୍ମାନରେ ମଧ୍ୟ ବୃଦ୍ଧି ପାଇଥାଏ ।

‘ଓଁହ୍ରୀଂ ଘୃଣିଃ ସୂର୍ଯ୍ୟ ଆଦିତ୍ୟଃ କ୍ଲୀଂ ଓଁ’

ଜୀବନରେ ସଫଳତା ପାଇବା ପାଇଁ ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର ପ୍ରତିଦିନ ବା ରବିବାର ଦିନ ଖାସ କରି ଜପ କରନ୍ତୁ ।

‘ଓଁ ହ୍ରୀଂ ହ୍ରୀଂ ସୂର୍ଯ୍ୟାୟ ସହସ୍ରକିରଣାରାୟ ମନୋବାଞ୍ଛିତ ଫଳମ୍‌ ଦେହି ଦେହି ସ୍ୱାହା ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.