ପ୍ରାକୃତିକ ବିପର୍ଯ୍ୟୟରେ ବିଧ୍ୱସ୍ତ କେରଳ ପାଇଁ କେନ୍ଦ୍ରର ୧୦୦ କୋଟି ଅନୁଦାନ

ତିରୁବନନ୍ତପୁରମ୍‌ : ବର୍ଷା ଓ ବନ୍ୟା ଯୋଗୁଁ ବିଧ୍ୱସ୍ତ ହୋଇପଡ଼ିଥିବା କେରଳ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ଅଦୁଦାନ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ଓ ବନ୍ୟା ସହିତ ଭୂସ୍ଖଳନ ଭଳି ଦୈବୀ ଦୁର୍ବିପାକ ଗତ ୫ ଦିନ ଧରି ରାଜ୍ୟର ସ୍ଥିତି ବିଗାଡ଼ି ଦେଇଛି । ସେନାର ବିଭିନ୍ନ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୭ ଜଣ ପ୍ରାଣ ହରାଇଥିବା ବେଳେ ୮ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି । ଟିକିଏ ଥମିବା ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କେରଳରେ ବର୍ଷା ଜାରି ରହି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଯାହା ଏବେ ରାଜ୍ୟ ସରକାରଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.