Below header

ପଶ୍ଚିମବଙ୍ଗ ଏନଆଇଏ ଟିମ୍ ଉପରେ ଆକ୍ରମଣ, ୨ ଜଣ ଅଧିକାରୀ ଆହତ

ଶନିବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଭୁପତିନଗର ଅଞ୍ଚଳରେ ଏନଆଇଏ ଅଧିକାରୀଙ୍କ ଗାଡି ଉପରେ ଗ୍ରାମବାସୀ ଆକ୍ରମଣ କରିଥିଲେ । ଯେଉଁଠାରେ ଅଧିକାରୀମାନେ ୨୦୨୨ ବୋମା ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିଲେ ।

ପଶ୍ଚିମବଙ୍ଗର ସନ୍ଦେଶଖାଲି ଇଡି ଉପରେ ଆକ୍ରମଣର ତିନି ମାସ ପରେ ବର୍ତ୍ତମାନ ଏନଆଇଏ ଦଳ ଉପରେ ଆକ୍ରମଣ କରାଯାଇଛି । ପୂର୍ବ ମେଦିନୀପୁରର ଭୁପତିନଗରରେ ଅଜ୍ଞାତ ବ୍ୟକ୍ତି ଯାଞ୍ଚ ଏଜେନ୍ସିର ଗାଡି ଉପରକୁ ପଥର ଫିଙ୍ଗିଥିଲେ ଯେଉଁ କାରଣରୁ କାରର ଗ୍ଲାସ ଭାଙ୍ଗି ଯାଇଥିଲା ଏବଂ ଦୁଇ ଜଣା ଅଧୀକାରୀ ଆହତ ହୋଇଥିଲେ । ତେବେ ଭୁପତିନଗର ବମ୍‌ ବ୍ଲାଷ୍ଟ ମାଳଲାର ତଦନ୍ତ କରୁଥିବାବେଳେ ଏନଆଇଏ ଟିମ୍ ଗତକାଲି ରାତିରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେହି ସମୟରେ ସେମାନଙ୍କ ଉପରେ ଅଜ୍ଞାତ ଲୋକମାନେ ଆକ୍ରମଣ କରିଥିଲେ ଏବଂ ପଥର ଫିଙ୍ଗି କାରଗୁଡିକର ଗ୍ଲାସ ଭାଙ୍ଗି ଦେଇଥିଲେ ।

ପୋଲିସର ସୂଚନାନୁସାରେ, ଶନିବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଭୁପତିନଗର ଅଞ୍ଚଳରେ ଏନଆଇଏ ଅଧିକାରୀଙ୍କ ଗାଡି ଉପରେ ଗ୍ରାମବାସୀ ଆକ୍ରମଣ କରିଥିଲେ । ଯେଉଁଠାରେ ଅଧିକାରୀମାନେ ୨୦୨୨ ବୋମା ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିଲେ । ତେବେ ଆଜି ସକାଳେ ଏନେଇ ଅଧିକାରୀଙ୍କ ଏକ ଟିମ୍ ଦୁଇଜଣଙ୍କୁ ଗିରଫ କରିଥିଲା ଏବଂ ସେମାନେ କୋଲକାତା ଫେରୁଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି । ଯାହା ପରେ ସେଠିକାର ସ୍ଥାନୀୟ ଲୋକମାନେ ଗାଡିଟିକୁ ଘେରି ରହି ପଥର ଫିଙ୍ଗିଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏନେଇ ପୋଲିସ ଅଭିଯୋଗ ଆଣିଛି । ପୋଲିସ କହିଛି ଯେ କେନ୍ଦ୍ରୀୟ ପୋଲିସ ଫୋର୍ସର ଏକ ବଡ଼ ଦଳ ଭୁପତିନଗରରେ ପହଞ୍ଚିଛି ଯେଉଁଠାରେ ଗିରଫ ଦୁଇ ଜଣଙ୍କ ସହ ଏନଆଇଏ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ସୂଚନା ମୁତାବକ, ଡିସେମ୍ବର ୩,୨୦୨୨ରେ ଭୁପତିନଗରର ଏକ କୁଚା ଘରେ ବମ୍‌ ବ୍ଲାଷ୍ଟରେ ତିନି ଜଣଙ୍କର ଜୀବନ ଚାଲିଯାଇଥିଲା । ଏହା ପରେ ତଦନ୍ତ NIA କୁ ହସ୍ତାନ୍ତର କରାଯାଇଥିଲା । ତେବେ ଶନିବାରର ଘଟଣା ଜାନୁଆରୀ ୫ ର ସ୍ମୃତିକୁ ମଧ୍ୟ ଫେରାଇ ଆଣିଥିଲା, ଯେତେବେଳେ ରେସନ ସ୍କାମ ସଂପର୍କରେ ଚଢାଉ ସମୟରେ ଉତ୍ତର ୨୪ ପରଗନାର ସନ୍ଦେଶଖାଲି ଅଞ୍ଚଳରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ଏନଆଇଏ ଦଳ ଉପରେ ହୋଇଥିବା ଆକ୍ରମଣକୁ ନେଇ ବିଜେପି ନିନ୍ଦା କରିଛି । ବିଜେପି ନେତା ଅମିତ ମାଲଭିଆ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ଏବେ ଆଉ ଏକ କେନ୍ଦ୍ରୀୟ ଏଜେନ୍ସି ଟାର୍ଗେଟରେ ଆସିଛି । ପୂର୍ବ ମେଦିନୀପୁର ଜିଲ୍ଲାର ଭୁପତିନଗରରେ ଦୁଇ ଟିଏମସି ନେତାଙ୍କୁ ଗିରଫ କରିବାକୁ ଯାଇଥିଲା, ଯାହାପରେ ଏନଆଇଏ ଅଧିକାରୀଙ୍କ ଦଳକୁ ଟାର୍ଗେଟ କରାଯାଇଥିଲା । ସେ ଏହି ଘଟଣାର ଏକ ଭିଡିଓ ସୋସିଆଲ ପ୍ଲାଟର୍ପମ ଏକ୍ସରେ ସେୟାର କରି, ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

ବିଜେପି ନେତା କହିଛନ୍ତି ଯେ ୧୦୦ ରୁ ୧୫୦ ଗ୍ରାମବାସୀ କେବଳ ଏନଆଇଏ ଦଳକୁ ଅଭିଯୁକ୍ତକୁ ଗିରଫ କରିବାରେ ଅଟକାଇ ନାହାଁନ୍ତି ବରଂ ସେମାନଙ୍କ ଗାଡିକୁ ପଥର ଫିଙ୍ଗିଛନ୍ତି । ବଙ୍ଗଳାର ଶାହାଜାହାନ ଶେଖ ଠାରୁ ଆରମ୍ଭ କରି ଅନୁବ୍ରୋଟୋ ମଣ୍ଡଳ ପର୍ଯ୍ୟନ୍ତ ସମସ୍ତ ଅପରାଧୀଙ୍କ ପାଖରେ ଟିଏମସିର ସୁରକ୍ଷା ରହିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.