Below header

ସାବାସ୍‌ ଅଟୋବାଲା : ଗର୍ଭବତୀ ମହିଳାଙ୍କର ଲେବର ପେନ୍‌ ହେବା କାରଣରୁ ପ୍ଲାଟଫର୍ମରେ ଅଟୋ ଚଲାଇ ପହଁଚାଇଲେ ହସପିଟାଲରେ 

ମାୟାନଗରୀ ମୁମ୍ବାଇରେ ଜବରଦସ୍ତ ବର୍ଷା ହେଉଛି। ଏହି ବର୍ଷାର ପ୍ରଭାବ କାରଣରୁ ସବୁଠାରୁ ଅଧିକ ମୁମ୍ବାଇର ସାଧାରଣ ଜନତା ଚିନ୍ତାରେ ଅଛନ୍ତି। ସରକାରଙ୍କ ଦ୍ୱାରା କରାଯାଇଥିବା ବିକାଶ ମୁମ୍ବାଇରେ ସଫା ସଫା ଦେଖାଯାଉଛି। ଏହି ବର୍ଷାକୁ ଜଡିତ ଏକ ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି।

ମାମଲାଟି ହେଉଛି ବିରାର ରେଲେଓ୍ଵ ଷ୍ଟେସନର ଯେଉଁଠି ରବିବାର ଦିନ ପାଣି ଜମି ହୋଇରହିଥିବା କାରଣରୁ ଏକ ଲୋକାଲ ଟ୍ରେନ ବହୁତ ସମୟ ଯାଏଁ ଛିଡା ହୋଇରହିଥିଲା। ଏହି ଟ୍ରେନରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଯାତ୍ରା କରୁଥିଲେ। ହଠାତ୍‌ ସେହି ମହିଳାଙ୍କର ଲେବର ପେନ ଆରମ୍ଭ ହୋଇଗଲା। ମହିଳାଙ୍କର ଯନ୍ତ୍ରଣା ଦେଖି ତାଙ୍କ ସ୍ୱାମୀ ଅଟୋ ରିକ୍ସାକୁ ଷ୍ଟେସନ ଭିତରକୁ ଡକାଇଦେଲେ।

ଏହାସହ ପଢନ୍ତୁ : ଯଦି ଆପଣ ପୁରୁଣା ମେଟ୍ରୋ ସ୍ମାର୍ଟ କାର୍ଡ ଧାରକ ତେବେ କାର୍ଡ ସହିତ ସେଲଫି ଉଠାଇ ଜିତନ୍ତୁ ଆକର୍ଷଣୀୟ ଉପହାର

ଯାହାପରେ ଅଟୋ ଡ୍ରାଇଭର ପ୍ଲାଟଫର୍ମ ଭିତରରେ ଅଟୋ ଚଲାଇ ମହିଳାଙ୍କୁ ବସାଇ ହସପିଟାଲକୁ ପହଁଚାଇଦେଲେ। ଅଟୋ ରିକ୍ସାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।କିନ୍ତୁ ନିୟମର ଉଲଙ୍ଘନ କରିଥିବାରୁ ସୋମବାର ଅଟୋ ଡ୍ରାଇଭରଙ୍କୁ ଆରପିଏଫ ପୋଲିସ ଗିରଫ କରିନେଇଥିଲା।

ଏହି ଘଟଣା ପରେ ଗର୍ଭବତୀ ମହିଳାଙ୍କ ପରିବାର ଲୋକ କହିବାପରେ କୋର୍ଟ ଅଟୋ ଡ୍ରାଇଭରଙ୍କୁ ଚେତାବନୀ ଦେଇ ଛାଡି ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହାସହିତ ଅଟୋ ଡ୍ରାଇଭରଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.