ପ୍ରକାଶ ପାଇଲା ୨୦୧୯ ପାଇଁ ଚିଠା କୃଷି ନୀତି, ରାଜ୍ୟ ସରକାରଙ୍କ ଫୋକସରେ କାଳିଆ ଯୋଜନା

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଲା ଚିଠା କୃଷି ନୀତି ୨୦୧୯। ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଆସିଲା ଚିଠା କୃଷି ନୀତି। ରାଜ୍ୟ ସରକାରଙ୍କ ଫୋକସରେ କାଳିଆ ଯୋଜନା। ଚାଷୀଙ୍କ ଆୟ ବୃଦ୍ଧିକୁ ବି ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କାଳିଆ ଯୋଜନାକୁ ଚାଲୁ ରଖିବା ପାଁ ଚିଠା କୃଷି ନୀତିରେ ଉଲ୍ଲେଖ ରହିଛି। ରାଜ୍ୟ ସରକାର ଚାଷୀଙ୍କୁ ଆର୍ଥିକ ଭାବରେ ସ୍ୱବାଲମ୍ବୀ ଓ ସେମାନଙ୍କ ଆୟ ବୃଦ୍ଧି କରିବାକୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ବର୍ଷକୁ ଦୁଇଟି କିସ୍ତିରେ ଚାଷୀଙ୍କ ୫ ହଜାର ଟଙ୍କା ଲେଖାଏଁ ଦେଉଛନ୍ତି ସରକାର। ମହତ୍ତ୍ୱାକାଂକ୍ଷୀ ଯୋଜନାକୁ ଚିଠା କୃଷି ନୀତିରେ ଫୋକସ କରିଛନ୍ତି ସରକାର।