Below header

ଅଯୋଧ୍ୟାରେ ୧୨୮ ଫୁଟ ଉଚ୍ଚର ରାମ ମନ୍ଦିର ନିର୍ମାଣ ହେବ, ଅଢ଼େଇ ବର୍ଷରେ କାମ ସରିବ

ଅଯୋଧ୍ୟା : ଖୁବ୍‌ ଶୀଘ୍ର ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିର । ଏଥିଲାଗି ନକ୍ସା ତିଆରି ହୋଇ ସାରିଛି । ମନ୍ଦିର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତକାଲି ସୁପ୍ରିମ୍‌ କୋର୍ଟ ସବୁଜ ସଂକେତ ଦେବା ପରେ ଏଥିପାଇଁ ତୁରନ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି ।

RAM MANDIR-2

କିଭଳି ହେବ ମନ୍ଦିର

ଏଠାରେ ମନ୍ଦିର ନିର୍ମାଣ ପାଇଁ ଅନେକ ଦିନରୁ ପ୍ରସ୍ତାବ ଚାଲିଥିଲା । ହେଲେ କୋର୍ଟରେ ଚାଲିଥିବା ମାମଲା ଯୋଗୁ ସବୁ କିଛି ଅଟକି ଯାଇଥିଲା । ଏବେ ଅନୁମତି ମିଳିବା ପରେ ସମସ୍ତଙ୍କ ମନରେ ଉତ୍ସାହ । ତେବେ ମନ୍ଦିରଟି କିଭଳି ହେବ ତାକୁ ନେଇ ଉତ୍କଣ୍ଠା ବି ରହିଛି । ଆସନ୍ତୁ ଜାଣିବା ତାର ନକ୍ସା ବିଷୟରେ ।

RAM MANDIR-5

ଦୁଇ ମହଲା ରହିବ

ସମ୍ପୂର୍ଣ୍ଣ ରାମ ମନ୍ଦିରଟି ୧୨୮ ଫୁଟ ଉଚ୍ଚ ଏବଂ ଦୁଇ ମହଲା ବିଶିଷ୍ଟ ହେବ । ପ୍ରଥମ ମହଲାର ଉଚ୍ଚତା ୧୮ ଫୁଟ ଏବଂ ଦ୍ୱିତୀୟ ମହଲା ୧୫ ଫୁଟ ୯ ଇଞ୍ଚ ରହିବ । ମନ୍ଦିରରେ ଲାଗିବାକୁ ଥିବା ପଥର ସବୁ ବହୁ ପୂର୍ବରୁୁ ଆସି ସାରିଥିଲା । ଗତ ୨୮ ବର୍ଷ ହେଲା ସେସବୁର ଫିନିସିଂ କାମ କାରିଗରମାନେ କରି ଚାଲିଛନ୍ତି । ରାଜସ୍ଥାନ, ଗୁଜରାଟ, ମିର୍ଜାପୁର ଭଳି ଦେଶର ବିଭିନ୍ନ ଭାଗରୁ ଏହି ପଥର ସବୁକୁ ଅଣାଯାଇଛି ।

RAM MANDIR-6

୨୧୨ଟି ସ୍ତମ୍ଭରେ ଠିଆ ହେବ ମନ୍ଦିର

ମନ୍ଦିରର ଲମ୍ବ ୨୬୮ ଫୁଟ, ଚଉଡ଼ା ୧୪୦ ଫୁଟ ରହିବ । ମନ୍ଦିରର ମୁଖ୍ୟ ଦ୍ୱାର ଠାରୁ ପ୍ରଥମେ ଅଗ୍ରଭାଗ, ତା ପରେ ସିଂହଦ୍ୱାର, ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ ଏବଂ ଗର୍ଭଗୃହ ରହିବ । ପ୍ରଥମ ମହଲାରେ ୧୦୬ ଓ ଦ୍ୱିତୀୟ ମହଲାରେ ୧୦୬ଟି ଏହିପରି ମୋଟ୍‌ ୨୧୨ଟି ସ୍ତମ୍ଭରେ ଠିଆ ହେବ ପୂରା ମନ୍ଦିର । ପ୍ରଥମ ମହଲାର ସ୍ତମ୍ଭଗୁଡ଼ିକ ୧୬ ଫୁଟ ଓ ଦ୍ୱିତୀୟ ମହଲାର ସ୍ତମ୍ଭ ୧୪ ଫୁଟ ଉଚ୍ଚତା ହେବ । ଏହି ସ୍ତମ୍ଭଗୁଡ଼ିକରେ ବିଭିନ୍ନ କଳାକୃତି ଶୋଭା ପାଇବ । ପୂରା ମନ୍ଦିର ନିର୍ମାଣରେ ୧ ଲକ୍ଷ ୭୫ ହଜାର ଘନଫୁଟର ଲାଲ ପଥର ବ୍ୟବହାର କରାଯିବ ।
ଏହି ନକ୍ସା ତିଆରି କରିବାରେ ପ୍ରାୟ ତିନି ମାସ ଲାଗିଥିଲା ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.