Below header

ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛି କଙ୍ଗାରୁ ଦଳର ଏହି କ୍ରିକେଟରଙ୍କ ଝିଅ

ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଆଗଧାଡ଼ିର ଖେଳାଳୀ ଡେଭିଡ୍‌ ଓ୍ଵାର୍ନର ବର୍ଷେ ଯାଏଁ ବ୍ୟାନ୍‌ ହେବା ପରେ ଏବେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିଛନ୍ତି। ଏବେ ସମ୍ପୂର୍ଣ୍ଣ ଭାବେ ଫର୍ମରେ ଥିବା ଏହି ଖେଳାଳୀଙ୍କ କୁନି ଝିଅ ମଧ୍ୟ କ୍ରିକେଟ୍‌କୁ ଖୁବ୍‌ ଭଲ ପାଉଥିବା ଦେଖାଯାଇଛି। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଓ୍ଵାର୍ନରଙ୍କ ଝିଅ ଇଣ୍ଡି ରେ ଓ୍ଵାର୍ନର କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଖେଳିବା ବେଳେ ସେ ନିକଟକୁ ବିରାଟ କୋହଲି ବୋଲି କହୁଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

I’m not sure about this one 😂😂. Indi wants to be @virat.kohli Caption This?? 🤣🤣

A post shared by David Warner (@davidwarner31) on

ଏହାସହ ପଢ଼ନ୍ତୁ: ସାଥୀ ଖେଳାଳିଙ୍କ ସହ ମିଶି ଅକ୍ଷୟ କୁମାରଙ୍କ ନକଲ କଲେ ଶିଖର ଧଓ୍ଵନ, ଭାଇରାଲ ହେଲା ଭିଡିଓ

ଝିଅର ଏହି ଭିଡିଓକୁ ଓ୍ଵାର୍ନର ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ସେ ବ୍ୟାଟିଂ କରୁଥିବା ନଜର ଆସିଛି। ପ୍ରଥମ ବଲ୍‌କୁ ସାମ୍ନା କରିବା ପୂର୍ବରୁ ଇଣ୍ଡି କହୁଛନ୍ତି ଯେ ମୁଁ ବିରାଟ କୋହଲି। ଭିଡିଓଟି ସେୟାର କରି ଓ୍ଵାର୍ନର ଲେଖିଛନ୍ତି ମତେ ବିଶ୍ୱାସ ହେଉନି ଯେ ଇଣ୍ଡି ବିରାଟ କୋହଲି ହେବାକୁ ଚାହୁଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.