ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ ସବୁ ପୁରୁଷ ଓ ମହିଳାଙ୍କ ମନରେ କିଛି ଅଦ୍ଭୁତ ଭାବନା ରହିଥାଏ। ସାଧାରଣତଃ ଏକ ଧାରଣା ଥାଏ ଯେ ପ୍ରଥମ ଥର ଲାଗି ସମ୍ପର୍କ ସ୍ଥାପନ ବେଳେ ଅସହ୍ୟ ପୀଡ଼ା ହୋଇଥାଏ। ଏହି କାରଣରୁ ଭୟରେ କିଛି ଲୋକ ସମ୍ଭୋଗ କରିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି। ମହିଳା ଓ ପୁରୁଷଙ୍କ ଠାରେ ପ୍ରଥମ ଶାରୀରିକ ସମ୍ପର୍କର ଅନୁଭବ କିପରି ହୋଇଥାଏ, ଉଭୟ ସମାନ ପରିମାଣରେ ସନ୍ତୁଷ୍ଟି ଲାଭ କରିପାରନ୍ତି କି ନାହିଁ ଆଦି ସମ୍ପର୍କରେ ସମସ୍ତଙ୍କ ମନରେ ଏକ ଲୁକ୍କାୟିତ ପ୍ରଶ୍ନ ରହିଥାଏ। ତେବେ ଉଭୟ ମହିଳା ଓ ପୁରୁଷଙ୍କୁ ପ୍ରଥମ ଶାରୀରିକ ସମ୍ପର୍କ ବେଳେ ସମାନ ଅନୁଭବ ହୋଇଥାଏ ନା କିଛି ଅଲଗା ସେ ନେଇ ନିକଟରେ ଏକ ସର୍ଭେ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ଅଧିକ ଉପଭୋଗ୍ୟ

ସର୍ଭେରୁ ଜଣାପଡ଼ିଛି ଯେ, ପ୍ରଥମ ଥର ପାଇଁ ସମ୍ପର୍କ ସ୍ଥାପନ ବେଳେ ମହିଳାଙ୍କୁ ଅଧିକ କଷ୍ଟ ହୋଇଥାଏ। ଏହି କଷ୍ଟ ଏତେ ଅସହ୍ୟ ହୋଇଥାଏ ଯେ କିଛି ମହିଳା ଏହାକୁ ମୃତ୍ୟୁ ସହ ମଧ୍ୟ ତୁଳନା କରିବାକୁ ପଛାନ୍ତିନି। ତେବେ ମହିଳାମାନେ ଯେଉଁ ବ୍ୟକ୍ତିଙ୍କ ସହ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖନ୍ତି ସେ ହିଁ ଜଣେ, ଯାହା ସହ ତାଙ୍କର ଆଜୀବନ ହୃଦୟର ସମ୍ପର୍କ ରହିଥାଏ। ସେହିପରି କୁମାରୀତ୍ୱ ହରାଇବା ପରେ ମହିଳାଙ୍କୁ ଏକ ଖରାପ ନାରୀ ଭାବେ ମଧ୍ୟ ଚିତ୍ରିତ କରାଯାଏ ଏବଂ ସମାଜ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାଏ।

ମାତ୍ର ପୁରୁଷଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା । ଯଦି କୌଣସି ପୁରୁଷ ସମ୍ଭୋଗ ବେଳେ ନିଜ କୁମାରତ୍ୱ ହରାଏ ତେବେ ତାକୁ ସମାଜ ଆଗରେ ଏକ ଉତ୍ତମ ପୁରୁଷ ବା ଏହାକୁ ପୁରୁଷତ୍ୱ ଭାବେ ଦର୍ଶାଯାଏ। ସମାଜରେ ତାର ସମ୍ମାନ ଆହୁରି ବଢ଼ିଯାଏ। ଏହା ସମାଜରେ ଆଜି ମଧ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ଭେଦଭାବକୁ ଦର୍ଶାଏ।

ଏହାସହ ପଢ଼ନ୍ତୁ: ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

ପ୍ରଥମ ଶାରୀରିକ ସମ୍ପର୍କ ପରେ ପୁରୁଷମାନେ ଅଧିକ କନ୍‌ଫିଡେଣ୍ଟ ବା ଆତ୍ମବିଶ୍ୱାସୀ ହୋଇପଡ଼ୁଥିବା ବେଳେ ମହିଳାମାନେ କଷ୍ଟ ଯୋଗୁ ପୁନର୍ବାର ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି। ଅଧିକାଂଶ ପୁରୁଷ ପ୍ରଥମ ଥର ସମ୍ପର୍କ ସ୍ଥାପନ ପରେ ବାରମ୍ବାର ସମ୍ଭୋଗ କରିବାକୁ ଇଚ୍ଛା କରିଥାନ୍ତି। କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହାର ବିପରୀତ ଦେଖିବାକୁ ମିଳେ। ବେଳେ ବେଳେ କିଛି ପୁରୁଷ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ ପରେ ନୂଆ ସାଥୀ ଖୋଜିଥାନ୍ତି। କିନ୍ତୁ ଝିଅମାନେ ଜଣଙ୍କ ସହ ସମ୍ପର୍କସ୍ଥାପନ ପରେ ସବୁବେଳେ ସେହି ବ୍ୟକ୍ତିଙ୍କୁ ହିଁ ଖୋଜିଥାନ୍ତି। ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ସେନ୍‌ସେଟିଭ୍‌ ହୋଇଥିବାରୁ ସେମାନେ ଯୌନ ସମ୍ପର୍କକୁ ଅଧିକ ଗମ୍ଭୀରତାର ସହ ନେଇଥାନ୍ତି। କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଏହି ହାର କମ୍‌ ଥାଏ ବୋଲି ସର୍ଭେରୁ ଜଣାଯାଇଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶାରୀରିକ ସମ୍ପର୍କ ବେଳେ ବ୍ୟକ୍ତିଙ୍କ ମଧ୍ୟରେ ବୁଝାମଣା ନିହାତି ଜରୁରୀ। ଯଦି ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି ତେବେ ପରସ୍ପରକୁ ଅନ୍ତରଙ୍ଗ ମୁହୂର୍ତ୍ତରେ ସମ୍ଭାଳିବା ସହଜ ହୋଇଯାଏ। ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କ ଅନୁଭବ ଭିନ୍ନ ଭିନ୍ନ ରହିଥାଏ। ତେଣୁ ତାହାକୁ ଗୋଟିଏ ଭାବନା ସହ ଯୋଡ଼ିବା ଠିକ୍‌ ନୁହେଁ ବୋଲି ଗବେଷକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.