Below header

ସଂସଦୀୟ ପଦ ଛାଡ଼ିଲେ ବାବା ବାଳକନାଥ, ବାଚସ୍ପତିଙ୍କୁ ଦେଲେ ଇସ୍ତଫା ପତ୍ର; ରାଜସ୍ଥାନର ସିଏମ୍‌ ହେବା ନେଇ ଚାଲିଛି ଚର୍ଚ୍ଚା

ରାଜସ୍ଥାନର ଅଲୱର ଜିଲ୍ଲାରୁ ବିଧାୟକ ନିର୍ବାଚିତ ହେବା ପରେ ଆଜି ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଳକନାଥ। ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

ରାଜସ୍ଥାନର ଅଲୱର ଜିଲ୍ଲାରୁ ବିଧାୟକ ନିର୍ବାଚିତ ହେବା ପରେ ଆଜି ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଳକନାଥ। ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ବାବା ବାଳକନାଥ ଅଲୱର ଜିଲ୍ଲାର ତିଜାରାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।

ସେପଟେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି। ଯଦିଓ ବିଜେପି ଏ ପର୍ଯ୍ୟନ୍ତ କାହାର ନାମ ଚୂଡାନ୍ତ କରିନାହିଁ।

ବାବା ବାଳକନାଥ ଅଲୱରରୁ ସାଂସଦ ଥିଲେ। ଏହା ସହିତ ରାଜସ୍ଥାନରେ ବାଳକନାଥଙ୍କ ସମ୍ଭାବ୍ୟ ଭୂମିକାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଯେଉଁ ନେତାମାନଙ୍କ ନାମ ନିଆଯାଉଛି, ସେଥିରେ ବାବାଙ୍କ ନାମ ମଧ୍ୟ ରହିଛି। ତେଣୁ ରାଜସ୍ଥାନରେ ବିଜେପି ତାଙ୍କୁ କୌଣସି ବଡ଼ ଦାୟିତ୍ୱ ଦେଇପାରେ ବୋଲି ଅନୁମାନ କରାଯାଉଛି।

ରାଜସ୍ଥାନରେ ସିଏମ୍‌ ପଦ ପାଇଁ ବସୁନ୍ଧରା ରାଜେ, ସାଂସଦ ଦିୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ୍‌ଙ୍କ ବ୍ୟତୀତ ବାବା ବାଳକନାଥଙ୍କୁ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ବିବେଚନା କରାଯାଉଛି। ବିଜେପି ବିଧାନସଭା ନିର୍ବାଚନରେ ସାଂସଦ ବାବା ବାଳକନାଥଙ୍କୁ ମୈଦାନକୁ ଆଣିଥିଲା।

ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୨୧ ଜଣ ସାଂସଦଙ୍କୁ ଟିକେଟ ଦେଇଥିଲା। ସେଥିମଧ୍ୟରୁ ୧୨ ଜଣ ବିଜୟୀ ହୋଇଥିବା ବେଳେ ୧୦ ଜଣ ସାଂସଦ ନିଜ ସଂସଦୀୟ ପଦରୁ ଇସ୍ତଫା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.