ଜାଣନ୍ତୁ ଘରେ ଲଗାଇବେ କେଉଁ ତୁଳସୀ ଗଛ, ଏପରି କଲେ ଘରେ ଆସିବ ସୁଖ ସମୃଦ୍ଧି

ଆପଣ ଜାଣିଛନ୍ତି କି ଦୁଇଟି ତୁଳସୀ ଗଛ ମଧ୍ୟରୁ କେଉଁ ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସେ ? ଯଦି ଏ ବିଷୟରେ ଆପଣମାନେ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ତୁଳସୀ ଗଛ ଘରେ ଲଗାଇବେ ।

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଦେବୀ ଭାବରେ ପୂଜା କରାଯାଏ । ତେଣୁ ତୁଳସୀ ଗଛକୁ ପ୍ରତ୍ୟେକ ଭାରତୀୟଙ୍କ ଘରେ ପୂଜା କରାଯାଉଥିବାର ଦେଖିବାକୁ ମିଳେ । କିନ୍ତୁ ପ୍ରାୟତଃ ଆପଣମାନେ ଦେଖିଥିବେ ଯେ ଅନେକ ଘରେ ଦୁଇ ପ୍ରକାରର ତୁଳସୀ ଗଛ ଲଗାଯାଇଥାଏ । ଗୋଟିଏ ସବୁଜ ରଙ୍ଗର ହୋଇଥାଏ ଯାହାକୁ ରାମ ତୁଳସୀ କୁହାଯାଏ ଏବଂ ଅନ୍ୟଟି ହେଉଛି ହାଲୁକା ବାଇଗଣୀ ରଙ୍ଗର ଯାହା ଶ୍ୟାମ ତୁଳସୀ ଭାବେ ଜଣାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଦୁଇଟି ତୁଳସୀ ଗଛ ମଧ୍ୟରୁ କେଉଁ ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସେ ? ଯଦି ଏ ବିଷୟରେ ଆପଣମାନେ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ତୁଳସୀ ଗଛ ଘରେ ଲଗାଇବେ । ଘରେ ରାମ କିମ୍ବା ଶ୍ୟାମ ତୁଳସୀ ମଧ୍ୟରୁ କେଉଁ ତୁଳସୀ ଲଗାଇବା ଦ୍ୱାରା ସୁଫଳ ମିଳିଥାଏ ଆସନ୍ତୁ ଜାଣିବା ।

ରାମ ତୁଳସୀର ଲାଭ :
ରାମ ତୁଳସୀ ସବୁଜ ରଙ୍ଗର ହୋଇଥାଏ । ଅଧିକାଂଶ ଘରେ ଆପଣ କେବଳ ରାମ ତୁଳସୀ ଲଗାଯାଇଥିବା ଦେଖିପାରିବେ । ବିଶ୍ୱାସ କରାଯାଏ ଯେ ରାମ ତୁଳସୀ ଲଗାଇବା ଦ୍ୱାରା ସମସ୍ତ ଦୁଃଖ ଏବଂ କଷ୍ଟ ଦୂର ହୋଇଥାଏ । ଏହି ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସୁଖ, ସମୃଦ୍ଧି ଏବଂ ଖୁସି ଆସିଥାଏ । ରାମ ତୁଳସୀକୁ ଶ୍ରୀ ତୁଳସୀ କିମ୍ବା ଭାଗ୍ୟ ତୁଳସୀ ମଧ୍ୟ କୁହାଯାଏ ।

ଶ୍ୟାମ ତୁଳସୀର ଲାଭ:
ଶ୍ୟାମ ତୁଳସୀ ଦେଖିବାକୁ ହାଲୁକା ବାଇଗଣୀ ରଙ୍ଗର ହୋଇଥାଏ । ଏହା ବ୍ୟତୀତ ଏହା ସ୍ୱାଦରେ ମଧ୍ୟ କମ୍ ମିଠା ହୋଇଥାଏ । ଶ୍ୟାମ ତୁଳସୀ ସାଧାରଣତଃ ଆୟୁର୍ବେଦରେ ଏକ ଔଷଧୀ ଭାବରେ ବ୍ୟବହାର କରାଯାଏ । ଶ୍ୟାମ ତୁଳସୀକୁ କୃଷ୍ଣ ତୁଳସୀ ମଧ୍ୟ କୁହାଯାଏ ।

କେଉଁ ତୁଳସୀ ଘରେ ଲଗାଇବେ :
ଧାର୍ମିକ ବିଶ୍ୱାସ ଅନୁଯାୟୀ ଘରେ ରାମ ତୁଳସୀ ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହା ଲଗାଇବା ଦ୍ୱାରା ଆପଣଙ୍କ ଘର ସୁଖ ଏବଂ ସମୃଦ୍ଧିରେ ଭରିଯିବ । କିନ୍ତୁ ଯଦି ଆପଣ ଚାହିଁବେ ତେବେ ଆୟୁର୍ବେଦିକ ଗୁଣ ପାଇଁ ଆପଣ ଶ୍ୟାମ ତୁଳସୀ ମଧ୍ୟ ଲଗାଇ ପାରିବେ ।

କେଉଁ ଦିଗରେ ତୁଳସୀ ଗଛ ଲଗାଇବେ :
ହିନ୍ଦୁ ଧର୍ମରେ ତୁଳସୀକୁ ଦେବୀ ଭାବରେ ସମ୍ମାନିତ କରିବା ସହ ପୂଜା କରାଯାଏ । ତେଣୁ ଏହାକୁ ଘରର ଉତ୍ତର ଦିଗରେ ରଖିବା ସବୁଠାରୁ ଶୁଭ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଉତ୍ତର ଦିଗରେ କୁବେର ବାସ କରନ୍ତି । ତେଣୁ ତୁଳସୀ ଗଛକୁ ଏହି ଦିଗରେ ଲଗାଇବା ଦ୍ୱାରା ଘରେ ଧନ, ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.