ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଆଶା ଭୋନ୍ସଲ, ରତନ ଟାଟା, ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କ ବ୍ୟତୀତ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ଏହି ସମାରୋହରେ ଅତିକମରେ ୩,୦୦୦ ଭିଭିଆଇପି ଯୋଗ ଦେବେ ।

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର ସମଗ୍ର ବିଶ୍ୱରୁ ୭ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

ଏହାଛଡା ଏହି ସମାରୋହରେ ବିଜେପିର ପ୍ରମୁଖ ନେତା ମଧ୍ୟ ଭାଗ ନେବେ । ସମାରୋହରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀଙ୍କ ସହିତ ଅନେକ ବଡ ନେତା ସାମିଲ ହେବେ । ଏହାଛଡା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଆଶା ଭୋନ୍ସଲ, ରତନ ଟାଟା, ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀ ପ୍ରମୁଖଙ୍କୁ ନିମନ୍ତ୍ରଣ ପଠାଯାଇଛି । ଏମାନଙ୍କ ବ୍ୟତୀତ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

ବିଶେଷ ସୂତ୍ରରୁ ପ୍ରକାଶ, ଏହି ସମାରୋହରେ ଅତିକମରେ ୩,୦୦୦ ଭିଭିଆଇପି ଯୋଗ ଦେବେ । ଟ୍ରଷ୍ଟ ଏହି ସମାରୋହ ପାଇଁ ଲୋକପ୍ରିୟ ଟିଭି ସିରିଅଲ ରାମାୟଣର କଳାକାରଙ୍କୁ ଆମନ୍ତ୍ରଣ ଦିଆଯାଇଛି । ଭଗବାନ ଶ୍ରୀରାମ ଏବଂ ମାତା ସୀତାଙ୍କ ଭୂମିକା ନିର୍ବାହ କରିଥିବା ଅରୁଣ ଗୋବିଲ ଏବଂ ଦୀପିକା ଚିଖଲିୟା ସମାରୋହରେ ସାମିଲ ହେବେ ।

ଏହି ସମାରୋହ ପରେ ନିମନ୍ତ୍ରଣ ପୋଷ୍ଟ ଏବଂ ହ୍ଵାଟସଆପ୍‌ ଜରିଆରେ ପଠାଯାଇଛି । ଏଥିରେ ବଡ ବଡ ସନ୍ଥ, ଶଙ୍କରାଚାର୍ଯ୍ୟ, ଧାର୍ମିକ ନେତା, ରିଟାୟର୍ଡ ଆର୍ମି ଅଫିସର, ଓକିଲ, ବୈଜ୍ଞାନିକ, ସଂଗୀତକାର ଏବଂ ପଦ୍ମ ପୁରସ୍କାର ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସମସ୍ତ ଅତିଥିଙ୍କ ପାଇଁ ଭୋଜନ ସହିତ ଅନ୍ୟ ବ୍ୟବସ୍ଥା କରାଯାଇଛି ।

ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.