Below header

ପ୍ରଥମ ଥର ପାଇଁ ଖାକି ବର୍ଦ୍ଦିରେ ଦର୍ଶନ ଦେଲେ ‘ବାବା କାଳ ଭୈରବ’, ପୋଲିସ ପୋଷାକରେ ବାବାଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

‘କାଶୀର ଜଗୁଆଳ’ କୁହାଯାଉଥିବା ବାବା କାଳ ଭୈରବ ରବିବାର ଦିନ ପ୍ରଥମ ଥର ପାଇଁ ଖାକି ବର୍ଦ୍ଦିରେ ନଜର ଆସିଛନ୍ତି। ପୁଲିସ ବର୍ଦ୍ଦି ସହ ତାଙ୍କର ଭବ୍ୟ ଶୃଙ୍ଗାର କରାଯାଇଛି। ବାବାଙ୍କର ଏହି ଅନନ୍ୟ ବେଶ୍‌ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଛି। ପୋଲିସ ପୋଷାକ ସହ ବାବା କାଳ ଭୈରବଙ୍କ ହାତରେ ତାଙ୍କ ଚାନ୍ଦିଙ୍କ ବାଡ଼ି ଓ ଏକ ରେଜିଷ୍ଟର ବି ନଜର ଆସୁଛି। ଦର୍ଶନ କରିବାକୁ ପହଞ୍ଚିଥିବା ଶ୍ରଦ୍ଧାଳୁଙ୍କ କହିବାନୁସାରେ, ମହାମାରୀରେ ବାବା ହିଁ ବାରଣାସୀକୁ ରକ୍ଷା କରିବେ।

ବାରଣାସୀରେ ଏକ ଧାର୍ମିକ ମାନ୍ୟତା ରହିଛି ଯେ ଜିଲ୍ଲାରୁ ବାହାରକୁ ଯିବା ପୂର୍ବରୁ ଓ ଫେରିବା ପରେ ବାବାଙ୍କ ମନ୍ଦିରରେ ଦର୍ଶନ କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ। ଏଣୁ ତାଙ୍କୁ ‘କାଶୀର ରକ୍ଷକ’ ବା ଜଗୁଆଳ ମଧ୍ୟ କୁହାଯାଏ। ସାଧାରଣତଃ ପ୍ରତି ରବିବାର ବାରଣାସୀ ସ୍ଥିତ କାଳ ଭୈରବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥାଏ। କିନ୍ତୁ ଗତ ରବିବାର ଦିନ ବାବାଙ୍କର ନୂଆ ଅବତାର ବିଷୟରେ ଜାଣିବା ପରେ ବାବାଙ୍କ ଦର୍ଶନ ପାଇଁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

କାଳ ଭୈରବଙ୍କ ଦର୍ଶନ କରିବାକୁ ପହଞ୍ଚିଥିବା ଜଣେ ଶ୍ରଦ୍ଧାଳୁଙ୍କ କହିବାନୁସାରେ, ଏହି ମହାମାରୀ ସାମ୍ନାରେ ଯେତେବେଳେ ବିଜ୍ଞାନ ଓ ଟେକ୍ନୋଲୋଜି କାମ ଦେବ ନାହିଁ ସେତେବେଳେ ବାବା ଭୈରବ ହିଁ କେବଳ ଦେଶ ବାସୀଙ୍କୁ ଓ ବାରଣାସୀର ଲୋକଙ୍କୁ ରକ୍ଷା କରିବେ। ସେ କହିଛନ୍ତି, ଆମ ବିଶ୍ୱାସ ଅଛି ଯେ ଯଦି ଲୋକ ସଚେତନ ହୋଇ କରୋନା ନିୟମ ପାଳନ କରିବେ ତେବେ କରୋନା ଭଳି ମହାମାରୀର ପ୍ରକୋପ ଭାରତ ଠାରୁ ଦୂରରେ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.