ପ୍ରକୃତିର ବରଦାନ ବରକୋଳି, ଖାଇଲେ ମିଳିବ ଏହିସବୁ ଫାଇଦା

ଶୀତଦିନ ସରିଆସିଲେ ବଜାର ଘାଟରେ ବରକୋଳି ବିକ୍ରି ଆରମ୍ଭ ହୋଇଯାଏ। ବରକୋଳିରେ ସାଧାରଣତଃ ଆଚାର ଓ ଖଟା ତିଆରି ହୋଇଥାଏ। ଆପଣ ନିଶ୍ଚିତ ଭାବରେ ଏହି ଫଳ ଖାଇଥିବେ। ଏହା ପାଟିକୁ ଭାରି ସୁଆଦିଆ ବି ଲାଗେ। ଏହା ମଧ୍ୟ ଅସଂଖ୍ୟ ଗୁଣରେ ପରିପୂର୍ଣ୍ଣ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ହେଲେ କ’ଣ ଆପଣ ଜାଣନ୍ତି ବର କୋଳି ପାଟିକୁ ସ୍ୱାଦ ଲାଗିବା ସହ ଦେହ ପାଇଁ ମଧ୍ୟ ଲାଭଦାୟକ? ଆଜି ଆମେ ଆପଣଙ୍କୁ ବରକୋଳି ଖାଇବାର ଫାଇଦା ବିଷୟରେ କହିବୁ।

ବରକୋଳିରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଥାଏ। ଏଥିରେ କ୍ୟାଲୋରୀ ଅନେକ କମ୍‌ ରହିଥାଏ। ତେଣୁ ଏହାକୁ ଖାଇଲେ ଆମ ଶରୀରର ଅନେକ ଲାଭ ହୋଇଥାଏ। ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକ ମାନେ ଏହାକୁ ଖାଇପାରିବେ

ଏହା ମସ୍ତିଷ୍କକୁ ଶକ୍ତିଶାଳୀ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ, ଅନିଦ୍ରା ଏବଂ ଅନେକ ରୋଗରୁ ଉପଶମ ପାଇବା ପର୍ଯ୍ୟନ୍ତ ବରକୋଳି ଅତ୍ୟନ୍ତ ଲାଭଦାୟକ।

କୋଳିରେ ଥିବା କ୍ୟାଲସିୟମ ଓ ଫସଫରସ୍ ଦାନ୍ତ ଓ ହାଡ଼କୁ ମଜ୍‌ଭୁତ ରଖିଥାଏ। ଏହାକୁ ସେବନ କରିବା ଦ୍ୱାରା କ୍ୟାନସର କୋଶିକା ବୃଦ୍ଧିକୁ ରୋକିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଲିଭର ସମ୍ପର୍କିତ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରେ।

ବର କୋଳିରେ ଆଣ୍ଟିଏଜିଂ ଏଜେଣ୍ଟ ମଧ୍ୟ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚାର ଚମକ ଅଧିକ ଦିନ ଯାଏ ରହିଥାଏ।

ବର କୋଳିରେ ଅନେକ ଫାଇବର ଥାଏ, ଯାହା ଆମ ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ, ଯେଉଁଥିପାଇଁ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ।

ବର କୋଳିର ନିୟମିତ ସେବନ ଆମ ଆଖିକୁ ସୁସ୍ଥ ରଖେ । ମୋତିଆବିନ୍ଦୁ ହେବାର ସମ୍ଭାବନା ମଧ୍ୟ ପ୍ରାୟ କମ ହୋଇଯାଏ

ପିଲାମାନେ ଏହି ବର କୋଳିର ସେବନ କମ କରିବା ଉଚିତ କାରଣ ବର କୋଳି ଆମ ଶରୀରରେ କଫ କାଶ ଥଣ୍ଡା ଭଳି ସମସ୍ୟା କୁ ବଢ଼ାଇଥାଏ । ଏଥିରେ ଅଧିକ ଥଣ୍ଡା କାଶ ହୋଇଥାଏ ।