ଆସିବ କରୋନା ଡିଟେକ୍ଟିଭ୍‌ ମେସିନ ‘ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ’, ବିନା ଟେଷ୍ଟରେ ୧୫ ମିନିଟରେ ଜଣାଇଦେବ କିଏ ପଜିଟିଭ୍‌

ମାର୍କେଟକୁ ଆସିବାକୁ ଯାଉଛି କୋଭିଡ ଡିଟେକ୍ଟିଭ୍‌ ମେସିନ ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ। ବର୍ତ୍ତମାନ ଏହା ଉପରେ ସମ୍ପୂର୍ଣ୍ଣ ଗବେଷଣା କରୁଛନ୍ତି ବୈଜ୍ଞାନିକ । ଏହି ମେସିନ ଏବେ ବଦଳାଇ ଦେବ ଜୀବନ । ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ ଆଣ୍ଡ୍‌ ଟ୍ରପିରାଲ ମେଡିସିନ ଇଷ୍ଟିଟ୍ୟୁଟ ଏହି ଡିଭାସ ତିଆରି କରିଛି । ଏହି ଡିଭାଇସକୁ ଯଦି ଆପଣ କୌଣସି ଭିଡ ସ୍ଥାାନରେ କିମ୍ବା କୌଣସି ବଡ ଘରେ ଲଗାଇବେ କିମ୍ବା ସିନେମା ହଲ୍‌ ରେ ଲଗାଇବେ, ଏହା ରେବଳ ୫ ସେରେଣ୍ଡରେ ଜଣାଇଦେବ କାହାକୁ କରୋନା ହୋଇଛି ନା ହୋଇନି । ଏହା ଏକ ଏମିତି ଡିଭାଇସ ଯାହା କୋଭିଡ ଡିଟେକ୍ଟିଭ୍‌ ଭାବେ କାମ କରୁଛି । ସବୁ ଅଫିସରେ ଏହାକୁ ଲଗାଯିବ । ଏହାକୁ ଟ୍ରେନ, ଫ୍ଲାଇଟ୍ସ, ସପିଙ୍ଗମଲ ଓ ଅନ୍ୟାନ୍ୟ ସ୍ଥାନରେ ଲଗାଯିବ । କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ଥିବ ତେବେ ସେହି ଅଞ୍ଚଳରେ ଆଲାରାମ ବାଯିବା ସହିତ କରୋନା ସଂକ୍ରମଣ ହୋଇଥିବା ବ୍ୟକ୍ତି ମଧ୍ୟ ଚିହ୍ନଟ ହୋଇଯିବେ ।

covid detective machine
Picture Credit -wiki

ଏମିତିକିି କରୋନା ପଜିଟିଭ ହୋଇଥିବା ବ୍ୟକ୍ତିଙ୍କ ଫଟୋ ମଧ୍ୟ ମେସିନରେ ଆସିଯିବ । ଏହି ଡିଭାଇସ ବହୁତ ଜଲ୍ଦି ମାର୍କେଟକୁ ଆସିବ । କରୋନାର ତୃତୀୟ ଲହରୁ ବଞ୍ଚିବା ପାଇଁ ବ୍ରିଟିସ ବୈଜ୍ଞାନିକମାନେ ଏହି ଡିଭାଇସ ବାହାର କରୁଛନ୍ତି ଯାହା ଭିଡ ସ୍ଥାନରେ ମଧ୍ୟ କରୋନା ରୋଗୀଙ୍କୁ ଚିହ୍ନଟ କରିବ ।ଏହି ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ ବିନା କୌଣସି ଆରଟିପିସିଆର ଟେଷ୍ଟରେ ସବୁ ସ୍ଥାନରେ କୋଭିଡ ରୋଗୀଙ୍କୁ ଚିହ୍ନଟ କରାଇଦେବ ।
ଏହି ଡିଭାଇସ କରୋନା କାଳରେ ଏକ ବରଦାନ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ ଆଣ୍ଡ୍‌ ଟ୍ରପିକାଲ ମେଡିସିନ, ରୋବୋଟିକ ଟେକନିକରେ ସିଲିଙ୍ଗ ମାଉଣ୍ଟେଡ ଡିଭାଇସ ତିଆରି କରିଛନ୍ତି। ଏହା୧୫ ରୁ୩୦ ମିନିଟ ମଧ୍ୟରେ କରୋନା ସଂକ୍ରମିତକୁ ଚିହ୍ନଟ କରିଦେବ । ଏହି ଡିଭାଇସ ବର୍ତ୍ତମାନ କରୋନା ରୋଗୀଙ୍କୁ ଚିହ୍ନଟ କରିବାରେ ୯୮ ପ୍ରତିଶତକରୁ ୧୦୦ ପ୍ରତିଶତ ଫଳପ୍ରଦ ହୋଇଛି ।

covid detective machine
Picture Credit – Times of India

ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସର ମୂଲ୍ୟ ରହିଛି ୫.୧୫ ଲକ୍ଷ । ତେବେ ଏହାର ଭାରତୀୟ ମୂଲ୍ୟ କେତେ ତାହା ଜଣାପଡିନାହିଁ । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ରୋଗୀଙ୍କୁ ସ୍କାନ କରେ ଓ ତାଙ୍କ ମୁଖରୁ ବାହାରୁଥିବା କେମିକାଲରୁ ହିଁ ସଂକ୍ରମିତଙ୍କୁ ଚିହ୍ନଟ କରିଥାଏ । ରିସର୍ଚ୍ଚରୁ ଏହା ସାମ୍ନାକୁ ଆସିଛି ଯେ କରୋନା ଭାଇରସ ଥିବା ଲୋକଙ୍କ ଭିତରେ ଏକ ଅଜବ ପ୍ରକାରର ସ୍ମେଲ ପାଟିରୁ ବାହାରି ଥାଏ ଯାହାକୁ ଏହି ଡିଭାଇସର ସେନସର ଜାଣିନିଏ। ଏମିତିକି ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କ ମୋବାଇଲରେ ମେସେଜ ମଧ୍ୟ ପଠାଇ ଦିଏ । ଏହା ଏକ ଆଡଭାନ୍ସ ଟେକ୍ନୋଲୋଜି ଦ୍ୱାରା ହୋଇଥିବା ମେସିନ ଯାହାକି କରୋନା ସଂକ୍ରମଣ ରୋକିବା ପାଇଁ ସାହାଯ୍ୟ କରିବ ।

ତେବେ କୋଭିଡ ସଂକ୍ରମଣକୁ ଦୂର କରିବା ପାଇଁ ଦୁଇଟି ହିଁ ଉପାୟ ଅଛି ଗୋଟେ ହେଉଛି, କୋଭିଟ ଟେଷ୍ଟିଙ୍ଗ ଓ ଅନ୍ୟଟି ଭ୍ୟାକ୍ସିନେସନ । ଭାରତରେ ଭ୍ୟକ୍ସିିନେସନ ବଢିବାରେ ଲାଗିଛି । ପୁଣି ଏପରି ଡିଭାଇସ ଆସିବା ପରେ ସମୟ ପୂର୍ବରୁ ହିଁ କରୋନା ରୋଗୀ ଚିହ୍ନଟ ହୋଇଯିବେ । ଏହା ସହିତ ଏହି ଡିଭାଇସ ଆସିସାରିବା ପରେ ଅନେକ କାମ ସହଜ ହୋଇଯିବ । ତେବେ ବର୍ତ୍ତମାନ କୋଭିଡର ଅନେକ ଟିକା ଓ ମେଡିସିନ ମଧ୍ୟ ଆସିସାରିଛି । ଏହା ପରେ ବି ଆମ ସମସ୍ତଙ୍କୁ କୋଭିଡ ଗାଇଡ ଲାଇନ ମାନିବାକୁ ପଡିବ ଯେମିତି କି ଏହା ଅଧିକ ନ ବ୍ୟାପୁ ।