Below header

ବେଙ୍ଗାଲୁରୁରେ ପୋଲିସ ଅନୁପସ୍ଥିତିରେ ଟ୍ରାଫିକ୍ ସମ୍ଭାଳିବ ମାନିକ୍ୟୁଇନ୍, ଉଲଙ୍ଘନକାରୀ ହୋଇଯାନ୍ତୁ ସାବଧାନ୍

ଲୋକଙ୍କୁ ଟ୍ରାଫିକ ସଚେତନତା କରାଇବାରୁ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କିନ୍ତୁ ଏକ ସ୍ବତନ୍ତ୍ର ଧରଣର ପନ୍ଥା ଆପଣେଇଛି ବେଙ୍ଗାଳୁରୁ ପୋଲିସ । ଲୋକଙ୍କ ମନରେ ପୋଲିସ ପ୍ରତି ଭୟ ଓ ଟ୍ରାଫିକର ସଠିକ ନିୟମ ପାଳନ ପାଇଁ ସହରର ଅନେକ ସ୍ଥାନରେ ମାନିକ୍ୟୁଇନ ପୋଲିସ ରଖାଯାଇଛି । ବେଙ୍ଗାଳୁରୁରେ ପୋଲିସ ପକ୍ଷରୁ ଏଯାଏଁ ୬୦ରୁ ଅଧିକ ମାନିକ୍ୟୁଇନ ପୋଲିସ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ରଖାଯାଇଥିବା ବେଳେ ୨୦୦ରୁ ଅଧିକ ମାନିକ୍ୟୁଇନ ମୁତୟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଲୋକମାନେ ବିଭିନ୍ନ ଛକ ସ୍ଥାନରେ ଟ୍ରାଫିକ ନିୟମର ଉଲ୍ଲଙ୍ଘନ କରିଥାନ୍ତି ।

କିନ୍ତୁ କେହି ପୋଲିସ ଥିଲେ ନିୟମ ଭାଙ୍ଗିବାକୁ ଲୋକଙ୍କ ମଧ୍ୟରେ ଭୟ ରହିଥାଏ ବୋଲି ବେଙ୍ଗାଳୁରୁ ଟ୍ରାଫିକ ଅତିରିକ୍ତ କମିସନର ବି ଆର ରବିକାନ୍ତେ ଗୌଡ଼ା କହିଛନ୍ତି । ପରେ ଏହି ମାନିକ୍ୟୁଇନରେ କ୍ୟାମେରା ସଂଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁ ଛକ ମାନଙ୍କରେ ଟ୍ରାଫିକ ପୋଲିସ ନଥିବେ ସେଠାରେ କେହି ନିୟମ ଭାଙ୍ଗିଲେ ସିସିଟିଭି କ୍ୟାମେରାରୁ ସ୍ୱୟଂକ୍ରିୟ ଭାବେ ଫଟୋ ଉଠିବ ବୋଲି ସେ କହିଛନ୍ତି । ଏହା ଦ୍ୱାରା ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.