Below header

ବୟସ୍କଙ୍କ କରୋନା ମୃତ୍ୟୁହାର ରୋକିବ ବିସିଜି ଟୀକା? ତାମିଲନାଡ଼ୁରେ ଆରମ୍ଭ ହେଲା ଟ୍ରାଏଲ

କରୋନା ଭାଇରସ୍‌ କବଳରୁ ମୁକ୍ତି ପାଇଁ ଏବେ ସବୁଦେଶର ବୈଜ୍ଞାନିକ ଓ ଡାକ୍ତରମାନେ ଲାଗିପଡ଼ିଛନ୍ତି। ତଥାପି ଏବେ ଯାଏଁ ଏହାର ଭ୍ୟାକ୍‌ସିନ୍‌ ବାହାରିପାରିନାହିଁ। ତେବେ ଇତି ମଧ୍ୟରେ କରୋନା ଦାଉରୁ ରକ୍ଷା ପାଇବାକୁ ବିସିଜି ଟୀକା ବ୍ୟବହାର କରାଯାଉଥିବା ଦେଖାଯାଇଛି। ଖାସ୍‌ କରି ବୟସ୍କ ବ୍ୟକ୍ତିଙ୍କ ଠାରେ ମୃତ୍ୟୁହାର ରୋକିବାକୁ ଏହି ଟୀକା ବ୍ୟବହାର କରାଯାଇପାରିବ କି ନାହିଁ ଜାଣିବାକୁ ତାମିଲନାଡ଼ୁରେ ଟ୍ରାଏଲ ଆରମ୍ଭ ହୋଇଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ କରୋନା ସଂକ୍ରମିତ ହୋଇଥିବା ହଜାର ହଜାର ବୟସ୍କ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇପାରିବ।

Can BCG vaccine reduce COVID mortality rate in elderly? Tamil Nadu ...

କିଛି ଦିନ ତଳେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଥିଲେ ବିସିଜି ଭ୍ୟାକ୍‌ସିନ୍‌ ୬୦-୯୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉପରେ ଟେଷ୍ଟ କରାଯିବ। ଏହି ବୟସର ବ୍ୟକ୍ତିଙ୍କ ମୃତ୍ୟୁହାର ରୋକିବା ପାଇଁ ଏହାର ଟେଷ୍ଟିଂ କରାଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ବିଜୟଭାସ୍କର। ବୁଧବାର ଦିନ ସେ କହିଛନ୍ତି ଯେ ବିସିଜି ଟୀକାର ବୟସ୍କ ଲୋକଙ୍କ ଉପରେ ପ୍ରଭାବ ଜାଣିବା ପାଇଁ ରାଜ୍ୟ ସରକାର ଟେଷ୍ଟିଂ ଆରମ୍ଭ କରିବେ। ସେ କହିଛନ୍ତି ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଫର ରିସର୍ଚ୍ଚ ଇନ୍‌ ଟ୍ୟୁବରକୁଲେସିସ୍‌(NIRT) ଖୁବ୍‌ଶୀଘ୍ର ଏହି ଦିଗରେ ନିଜ ପାଇଲଟ ପ୍ରୋଗ୍ରାମ୍‌ ଆରମ୍ଭ କରି ଦେବ।

The BCG vaccine against COVID-19 – really? | Newsroom | Inserm

ସୂଚନାଯୋଗ୍ୟ ଯେ ଭାରତରେ ଶିଶୁମାନଙ୍କୁ ଜନ୍ମ ପରେ ଇମ୍ୟୁନିଟି ସିଷ୍ଟମ୍‌ ବଢ଼ାଇବା ପାଇଁ ବିସିଜି ଟୀକା ଦିଆଯାଉଛି। ଏଣୁ ଏବେ ଏହାକୁ କରୋନା ମୁକାବିଲା କରିବାରେ ବ୍ୟବହାର କରିବାକୁ ତାମିଲନାଡ଼ୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଟୀକାକରଣ ସଫଳ ହେଲେ ମୃତ୍ୟୁହାର ଯଥେଷ୍ଟ କମିବ ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.