ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ୩ଘଣ୍ଟା ୨୦ ମିନିଟ୍ ଜେରା ବେଳେ ବିଦ୍ଯାଶ୍ରୀଙ୍କୁ ୫୦ଟି ପ୍ରଶ୍ନ ପଚାରିଲା ଜିଆରପି

ଭୁବନେଶ୍ବର: ଆଦିତ୍ୟ ଦାଶ ରହସ୍ୟ ଜନକ ମୃତ୍ୟୁ ଘଟଣା । ସୁଇସାଇଡ୍‌ ମିଷ୍ଟ୍ରିରେ ଆଉ ପାଦେ ଆଗେଇଛି ଜିଆରପି । ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିଛି ପୋଲିସ । ଗତକାଲି ସନ୍ଧ୍ୟାରେ ଆଦିତ୍ୟଙ୍କ ଘରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଛି ଜିଆରପି । ୩ଘଣ୍ଟା ୨୦ ମିନିଟ ଜେରା ବେଳେ ଆଦିତ୍ୟ ପତ୍ନୀ ଙ୍କୁ ୫୦ ଟି ପ୍ରଶ୍ନ ପଚାରିଥିଲା ଜିଆରପି ।

ସୁଇସାଇଡ଼ ନୋଟର ହସ୍ତାକ୍ଷର କାହାର ? ଆତ୍ମହତ୍ୟା ର କାରଣ କଣ ? ପାରିବାରିକ ସମ୍ପର୍କ କିଭଳି ଥିଲା ? ଲିଙ୍ଗରାଜ ଷ୍ଟେସନକୁ ସେ ଗଲେ କେମିତି ? ଆଶ୍ରମ ଆର୍ଥିକ କାରବାର କିଏ ବୁଝୁଥିଲେ ? ଏଭଳି ୫୦ ଟି ପ୍ରଶ୍ନ ପଚାରିଥିଲା ଜିଆରପି । ସେହିଭଳି ତାଙ୍କ ମା’ଙ୍କୁ ୨୦ ଟି ପ୍ରଶ୍ନ ପଚାରିଛନ୍ତି ତଦନ୍ତ କାରୀ ଟିମ୍ । ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇନଥିବା ଲୋକୋ ପାଇଲଟ୍‌ ସ୍ପଷ୍ଟ କରିବା ପରେ ତଦନ୍ତକୁ ବହୁ ଗୁରୁତ୍ବର ସହ ବହନ କରୁଛି ଜିଆରପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.