Below header

‘ମ୍ୟାଡାମ୍! ଆଖି ବନ୍ଦ କରି ଦିଅନ୍ତୁ’ ତା ପରେ ଯାହା ହେଉଥିଲା ନା… ଏମିତି ବ୍ଲାକମେଲ କରୁଥିଲା ବିଉଟି ପାର୍ଲର

ବିହାରର ରାଜଧାନୀ ପାଟନାରେ ବିଉଟି ପାର୍ଲର ଆଳରେ ବ୍ଲାକମେଲିଂ କରାଯିବାର ଏକ ମାମଲା ସାମ୍ନାକୁ ଆସିଛି। ଏଠାକୁ ସଜେଇ ହେବାକୁ ଆସୁଥିବା ମହିଳା ଓ ଯୁବତୀମାନଙ୍କୁ ପ୍ରସ୍ତୁତ କଲା ବେଳେ ସେମାନଙ୍କ ଆପତ୍ତିଜନକ ଫଟୋକୁ ଲୁଚେଇ ଚୋରେଇ ନିଆଯାଉଥିଲା। ପୁଣି ସେହି ଫଟୋଗୁଡ଼ିକୁ ସମ୍ପୃକ୍ତ ମହିଳା ଓ ଯୁବତୀଙ୍କୁ ପଠାଇ ବ୍ଲାକମେଲିଂ କରାଯାଉଥିଲା। ପୋଲିସ ଏହି ମାମଲାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମାମଲା ସୁଲତାନଗଞ୍ଜ ଥାନା ଅଞ୍ଚଳର। କୁହାଯାଉଛି କି, ବିଏନଆର ଅଞ୍ଚଳରେ ରହୁଥିବା ଜଣେ ବିଉଟିସିଆନ ନିଜ ବିଉଟି ପାର୍ଲରକୁ ଆସୁଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ବିଉଟିସିଆନ ଜଣକ ଯେତେବେଳେ ଝିଅମାନଙ୍କୁ ପ୍ରସ୍ତୁତ କରୁଥିଲେ, ତ ବିଭିନ୍ନ ପ୍ରକାରର ମମାଜ ଏବଂ ଫେସିଆଲ ନାଁରେ କମ୍‌ କପଡ଼ା ପିନ୍ଧାଉ ଥିଲେ। ସେମାନଙ୍କୁ ଏକ ରୁମ୍‌ ଭିତରକୁ ନେଇ ଯାଉଥିଲେ।

କନ୍ୟାର ମୁହଁରେ କ୍ରିମ୍ ଲଗାଇ ଆଖିରେ ରଖି ଦେଉଥିଲେ ଦୁଇ ଖଣ୍ଡ କାକୁଡ଼ି

ଏହି ସମୟ ଭିତରେ ବିଉଟିସିଆନ କନ୍ୟାର ମୁହଁରେ କ୍ରିମ୍ ଲଗାଉଥିଲେ ଏବଂ କହୁଥିଲେ, ‘ମ୍ୟାଡାମ୍‌ ଆଖି ବନ୍ଦ କରନ୍ତୁ, ଆପଣଙ୍କ ମୁହଁରେ ଫେସିଆଲ ପାଇଁ କ୍ରିମ୍‌ ଲଗାଇଛି’। ଏହାପରେ ସେ ଆଖିରେ ଦୁଇ ଖଣ୍ଡ କାକୁଡି ରଖି ଦେଉଥିଲେ, ଯାହାଫଳରେ ଯୁବତୀମାନେ ଆଖି ଖୋଲି ପାରୁ ନ ଥିଲେ। ଏହି ସୁଯୋଗରେ ବିଉଟିସିଆନ ଗୁପ୍ତରେ ସେମାନଙ୍କ ଫଟୋ ଉଠାଇ ପ୍ରେମିକ ନିକଟକୁ ପଠାଇ ଦେଉଥିଲେ। ପ୍ରେମିକା ରଜନୀଶ ସେହି ଫଟୋଗୁଡ଼ିକୁ ଏଡିଟ୍ କରି ସମ୍ପୃକ୍ତ ଯୁବତୀଙ୍କ ନିକଟକୁ ପଠାଇ ବ୍ଲାକମେଲିଂ କରୁଥିଲେ।

ମୋବାଇଲରୁ ମହିଳା ଓ ଯୁବତୀଙ୍କ ଆପତ୍ତିଜନକ ଫଟୋ ଜବତ

ଗତ ଶନିବାର କିଛି ମହିଳା ବିଉଟି ପାର୍ଲରର ସତ୍ୟତା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ପୋଲିସକୁ ସାଥୀରେ ଧରି ବିଉଟି ପାର୍ଲର ଯାଇ ଧମକ ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ସମ୍ପୃକ୍ତ ବିଉଟିସିଆନ ଏବଂ ତାଙ୍କ ପ୍ରେମିକ ରଜନୀଶଙ୍କୁ ଗିରଫ କରିଥିଲା। ପୋଲିସ ରଜନୀଶଙ୍କ ମୋବାଇଲ ଫୋନରୁ ବିଉଟି ପାର୍ଲରକୁ ଆସୁଥିବା ମହିଳା ଓ ଯୁବତୀମାନଙ୍କର ଆପତ୍ତିଜନକ ଫଟୋ ଜବତ କରିଛି। ଏହି ଘଟଣାରେ ପୋଲିସ ପାର୍ଲର ମାଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି।

ତିନି ଜଣଙ୍କୁ ଗିରଫ କରାଯାଇଛି

ଏହି ମାମଲାରେ ସୁଲତାନଗଞ୍ଜ ଥାନା ଅଧ୍ୟକ୍ଷ ଶେର ସିଂ ଯାଦବ କହିଛନ୍ତି ଯେ ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି, ଯିଏ ବିଉଟି ପାର୍ଲରରେ ବିଉଟିସିଆନ ଭାବରେ କାମ କରୁଥିଲେ। ବିଉଟିସିଆନ ଏବଂ ତାଙ୍କ ପ୍ରେମିକ ରଜନୀଶଙ୍କ ମୋବାଇଲ୍ ଫୋନ ଯାଞ୍ଚ ପାଇଁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.