Below header

ଜୱାଦ ପ୍ରଭାବରେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି, କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଦିଲ୍ଲୀ ଫେରିଲା କେନ୍ଦ୍ରୀୟ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଦିଲ୍ଲୀ ଫେରିଲା କେନ୍ଦ୍ରୀୟ ଟିମ୍‌ । କ୍ଷେତ୍ର ପରିଦର୍ଶନ ପରେ ଆଜି ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନ ଓ କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି । ବିଶେଷ କରି ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି । ପ୍ରଭାବିତ ଜିଲ୍ଲାରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ଧାନ ଫସଲ । ଚିନା ବାଦାମ, ପନିପରିବା ବିଲରେ ପଚି ଯାଇଛି । ଚାଷୀଙ୍କୁ କିଭଳି ଉଚିତ ସହାୟତା ମିଳିବ ସେନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ଟିମ୍‌ । ରିଲିଫ କୋଡ୍‌ରେ ସଂଶୋଧନ ଆବଶ୍ୟକତା ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବ କେନ୍ଦ୍ରୀୟ ଟିମ୍‌ । ସପ୍ତାହେ ଭିତରେ ଗୃହ ମନ୍ତ୍ରାଳୟକୁ ବାତ୍ୟା ଜନିତ କ୍ଷୟକ୍ଷତିର ରିପୋର୍ଟ ଦିଆଯିବ ।

central team jawad

ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି କେନ୍ଦ୍ରୀୟ ଟିମ୍‌ । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ କ୍ଷେତ୍ର ସ୍ତରରେ ପଦକ୍ଷେପ ନିଆଯିବ । ବାତ୍ୟା ଜଓ୍ଵାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲା ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ାରେ ଚାଷ ବ୍ୟାପକ ପ୍ରଭାବିତ ହୋଇଛି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ କେନ୍ଦ୍ରୀୟ ଟିମ୍‌ । ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.