Below header

ଅମାନିଆ ପତ୍ନୀଙ୍କ ଯୋଗୁଁ ବରବାଦ ହେଉଛି ଘର ? ସିବିଏସ୍‌ଇ ପ୍ରଶ୍ନ ନେଇ ପ୍ରଶ୍ନ ଉଠାଇଲେ ସୋନିଆ ଗାନ୍ଧୀ, ତୁରନ୍ତ ହେଲା ପ୍ରତ୍ୟାହାର

କେନ୍ୟୁଜ ଓଡିଶା : ସିବିଏସ୍‌ଇ ଦଶମ ପରୀକ୍ଷାରେ ଗୋଟିଏ ପ୍ରଶ୍ନ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ବିବାଦୀୟ ପ୍ରଶ୍ନକୁ ନେଇ ସଂସଦରେ ମଧ୍ୟ ଝଡ଼ ଉଠିଲାଣି । ଆଗେ ଜାଣି ନିଅନ୍ତୁ ପ୍ରଶ୍ନଟି କଣ ? ବିଭିନ୍ନ ପ୍ରଶ୍ନ ଭିତରେ ଥିବା ଏହି ପ୍ରଶ୍ନଟି ହେଉଛି ‘ପତ୍ନୀଙ୍କ ଦିଆଯାଉଥିବା ସ୍ୱାଧୀନତା ଯୋଗୁଁ ପିଲାଙ୍କ ଉପରେ ବାପା ମା କର୍ତ୍ତୃତ୍ୱ ହରାଉଛନ୍ତି କି?’ । ମହିଳା ସ୍ୱାଧୀନତା ଯୋଗୁଁ ପରିବାର ଓ ସମାଜ ପ୍ରଭାବିତ ହେଉଛି କି ? ପରୋକ୍ଷରେ କୁହାଯାଇଛି କି ପତ୍ନୀମାନେ ନିଜ ସ୍ୱାମୀଙ୍କୁ ମାନିବା ବନ୍ଦ କରିଦେବା ଫଳରେ ଘରେ ଥିବା ପିଲା ଏବଂ କାମବାଲା ବିଶୃଙ୍ଖଳିତ ହେଉଛନ୍ତି ।

ଗତ ଶନିବାର ଅନୁଷ୍ଠିତ ସିବିଏସଇ ୧୦ ବୋର୍ଡ ପରୀକ୍ଷାର ଇଂରାଜୀ ପେପରରେ ଏଭଳି ପ୍ରଶ୍ନ ରହିଥିଲା । ଏହି ପ୍ରଶ୍ନ ସର୍ବସାଧାରଣଙ୍କ ନଜର ଆସିବା ପରେ ଅନେକ ବୁଦ୍ଧିଜୀବୀ ଏହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ । ଏମିତିକି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଟୁଇଟ ଜରିଆରେ ପଚାରିଛନ୍ତି କି ‘ଆମେ ପିଲାମାନଙ୍କୁ ଏଭଳି ଶିକ୍ଷା ଦେଉଛୁ କି ’।

ଆଉ ଏହି ପ୍ରଶ୍ନର ଉତ୍ତର ପାଇଁ କିଛି ଅପସନ୍‌ ରହିଥିଲା । ସେଗୁଡ଼ିକ ଉପରେ ନଜର ପକାନ୍ତୁ । ଜୀବନ ପ୍ରତି ହାଲୁକା ଅଭିମୁଖ୍ୟ କି ? ପ୍ରଶ୍ନ ଲେଖକ ଏକ ମନ୍ଦ ମାନସିକତାର କି, ଅଂହକାରୀ ବ୍ୟକ୍ତି ପରି ମନେହୁଏ କି ? ଅସନ୍ତୁଷ୍ଟ ସ୍ୱାମୀ କି ? କିମ୍ବା ତାଙ୍କ ହୃଦୟରେ ତାଙ୍କ ପରିବାରର ସ୍ୱାର୍ଥ ରହିଛି କି? ଏହାର ସଠିକ ଉତ୍ତର ହେଉଛି, ଜୀବନ ପ୍ରତି ହାଲୁକା ଆଭିମୁଖ୍ୟ ।

କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ଵିଟରରେ ଲେଖିଛନ୍ତି କି ଆମେ ବାସ୍ତବରେ ପିଲାମାନଙ୍କୁ ଏହି ହାସ୍ୟାସ୍ପଦ ବିଷୟ ଶିକ୍ଷା ଦେଉଛୁ କି । ଖାଲି ସେତିକି ନୁହେଁ ବିଜେପି ସରକାର ମହିଳାମାନଙ୍କ ଉପରେ ଏହି ପ୍ରତିକ୍ରିୟାଶୀଳ ମତକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ସୋନିଆ ଗାନ୍ଧୀ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବା ପରେ ତୁରନ୍ତ ସିବିଏସ୍‌ଇ ଏହାକୁ ହଟାଇ ଦେଇଛି ।

ପ୍ରଶ୍ନପତ୍ରର ଆରମ୍ଭରେ ଲେଖାଯାଇଛି ଯେ କେତେକ କିଶୋର ବୟସର ପିଲାମାନେ ସେମାନଙ୍କ ନିଜ ଦୁନିଆରେ ବ୍ୟସ୍ତ ରହୁଛନ୍ତି। ଏହାର କାରଣ ଅନେକ ହୋଇପାରେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରେ ପିତାମାତାଙ୍କ କର୍ତ୍ତୃତ୍ୱ ହ୍ରାସ ଘଟିଛି। ଏକ ଶତାବ୍ଦୀରୁ ଅଧିକ ସମୟ ଧରି ପରିବାରର ପରମ୍ପରା ରହି ଆସିଥିଲା ଯେ ପୁରୁଷ ହେଉଛି ଘରର ମୁଖ୍ୟ । ପତ୍ନୀ ଆନୁଷ୍ଠାନିକ ଭାବରେ ତାଙ୍କ କଥା ମାନନ୍ତି । ଏହା ହୃଦୟଙ୍ଗମ କରିବା ତାଙ୍କ କର୍ତ୍ତବ୍ୟ । ଏସବୁ ନହେଲେ ପିଲାଙ୍କ ଉପରେ କୁପ୍ରଭାବ ପଡ଼େ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.