ମଣିଷକୁ ତଳିତଳାନ୍ତ କରିପକାନ୍ତି ଏହି ୨ଟି ରତ୍ନ, ଭୁଲରେ ବି ଏକାଠି ପିନ୍ଧନ୍ତୁ ନାହିଁ

ଜ୍ୟୋତିଷଙ୍କ ମୁତାବକ, ଜୀବନ ଉପରେ ରତ୍ନର ଗଭୀର ପ୍ରଭାବ ପଡ଼ିଥାଏ। ସବୁ ଗ୍ରହ ପାଇଁ ଅଲଗା ଅଲଗା ରତ୍ନ ରହିଛି। ଏସବୁ ରତ୍ନ ଗ୍ରହର ଖରାପ ପ୍ରଭାବରୁ ଆମକୁ ରକ୍ଷା କରିଥାନ୍ତି। ମଣିଷ ଶରୀରରେ ସବୁ ଗ୍ରହ ରହିଥାନ୍ତି। ଏମାନଙ୍କ ସମ୍ପର୍କ ନକ୍ଷତ୍ର ସହ ଥାଏ। ଯେତେବେଳେ ଶରୀରର ଗ୍ରହର ସମ୍ପର୍କ ନକ୍ଷତ୍ର ଗ୍ରହ ଠାରୁ ଭାଙ୍ଗିଯାଏ, ସେତେବେଳେ ଶରୀର ଓ ମନ ଉପରେ ଗଭୀର ପ୍ରଭାବ ପଡ଼େ। ଏହି ସମୟରେ ରତ୍ନ ସହାୟକ ହୋଇଥାଏ। ତେବେ ଜ୍ୟୋତିଷଙ୍କ ମତରେ ଦୁଇଟି ରତ୍ନ ଅଧିକ ଶକ୍ତିଶାଳୀ ଓ ଭୟଙ୍କର ହୋଇଥାନ୍ତି। ଏମାନଙ୍କୁ କେବେ ବି ଏକାଠି ପିନ୍ଧିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ସେହି ଦୁଇଟି ରତ୍ନ ବିଷୟରେ…

୧. ହୀରା:

ହୀରା ସବୁ ରତ୍ନ ତୁଳନାରେ ଅଧିକ କଠୋର ଓ ଦାମୀ ହୋଇଥାଏ। ସାଧାରଣତଃ ଲୋକେ ଏହାକୁ ସୁନ୍ଦର ଦେଖାଯିବାକୁ ପିନ୍ଧିଥାନ୍ତି। କିନ୍ତୁ ଜ୍ୟୋତିଷ ଏହାକୁ ଶୁକ୍ର ଗ୍ରହର ରତ୍ନ ବୋଲି କହିଥାନ୍ତି। ହୀରା ପିନ୍ଧିବା ଦ୍ୱାରା ସୁନ୍ଦରତା, ସୁଖ ଓ ଐଶ୍ୱର୍ଯ୍ୟ ବଢ଼େ। ଏହାର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପଡ଼େ। ହୀରାକୁ ଜ୍ୟୋତିଷଙ୍କ ପରାମର୍ଶ ବିନା ପିନ୍ଧିବାକୁ ବାରଣ କରାଯାଇଛି। ୨୧ ରୁ ୫୦ ବର୍ଷ ବୟସର ଲୋକ ହୀରା ପିନ୍ଧିବା ଶୁଭ ହୋଇଥାଏ।

୨. ନୀଲମ୍:

ଶନିଙ୍କ ରତ୍ନ ହେଉଛି ନୀଲମ୍। ଏହାର ରଙ୍ଗ ନୀଳ ହୋଇଥିବାରୁ ଏହାକୁ ନୀଲମ୍ ବୋଲି କୁହାଯାଏ। ଶନିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ତଥା ଶନିଙ୍କ କୃପା ପାଇବାକୁ ନୀଲମ୍ ଧାରଣ କରାଯାଏ। ଏହାକୁ ସତର୍କତାର ସହ ପିନ୍ଧିବା ଉଚିତ। ଜ୍ୟୋତିଷଙ୍କ ପରାମର୍ଶ ବିନା ମନ ଇଚ୍ଛା ନୀଲମ୍ ପିନ୍ଧିଲେ ଜୀବନରେ ପ୍ରବଳ ଅଶାନ୍ତି ଆସେ। ଶନିବାର ମଧ୍ୟରାତ୍ରରେ ନୀଲମ୍ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଜ୍ୟୋତିଷଙ୍କ ମୁତାବକ, ହୀରା ଓ ନୀଲମ୍ ରତ୍ନକୁ କେବେ ବି ଏକାଠି ପିନ୍ଧିବା ଉଚିତ ନୁହେଁ। କାରଣ ଏହି ରତ୍ନ ଦୁଇଟି ପ୍ରବଳ ଶକ୍ତିଶାଳୀ ଓ ଭୟଙ୍କର ହୋଇଥାନ୍ତି। ଏମାନେ ବ୍ୟକ୍ତିକୁ ତଳିତଳାନ୍ତ କରିବା କ୍ଷମତା ମଧ୍ୟ ରଖନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.