Below header

ଭିକ ମାଗି ପରିବାର ଚଳାଉଥିବା ବ୍ୟକ୍ତି ପାଇଁ ୪୫ ମିନିଟ୍‌ ଯାଏ ଅପେକ୍ଷା କଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ, ଜାଣନ୍ତୁ କ’ଣ ଥିଲା କାରଣ

ରାଞ୍ଚି : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ମନ୍ତ୍ରୀ ମିଥିଲେସ୍‌ ଠାକୁର ଭିକ ମାଗି ଗୁଜୁରାଣ ମେଣ୍ଟାଉଥିବା ଜଣେ ବ୍ୟକ୍ତି ପାଇଁ ୪୫ ମିନିଟ୍‌ ଅପେକ୍ଷା କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଜଣେ ଭିକ ମାଗୁଥିବା ଗରୀବ ଲୋକ ପାଇଁ ଏତେ ସମୟ ଅପେକ୍ଷା କରି ବାସ୍ତବରେ ସେ ପ୍ରମାଣ କରିଦେଇଛନ୍ତି ଯେ ମନ୍ତ୍ରୀମାନେ ବାସ୍ତବରେ ରାଜା ନୁହଁନ୍ତି ସେମାନେ ଜନତାଙ୍କ ସେବକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିକଟରେ ନିଜକୁ ପ୍ରଧାନମନ୍ତ୍ରୀ ବଦଳରେ ପ୍ରଧାନସେବକ ବୋଲି କହିଥିଲେ । ଲୋକତନ୍ତ୍ରରେ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କ ସେବକ ବୋଲି ଏହାମାଧ୍ୟମରେ ସେ ଜନତାଙ୍କୁ ମେସେଜ୍‌ ଦେଇଥିଲେ ।

ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଜନତାଙ୍କୁ ଏହି ମେସେଜ୍‌ ଦେଇଛନ୍ତି । ଘଟଣା ଥିଲା ଏପରି, ରାଜକୁମାର ରବିଦାସ ହଜାରୀବାଗ ଜିଲ୍ଲାର ଏକ ଗାଁରେ ରୁହନ୍ତି । ୪ ବର୍ଷ ପୂର୍ବେ ସେ ରାଞ୍ଚି ଚାଲି ଆସିଥିଲେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ।

କୈାଣସି ପ୍ରକାରେ ରିକ୍ସା ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । କିଛି ମାସ ପରେ ରିକ୍ସା ଚୋରି ହୋଇଗଲା । ବାଧ୍ୟ ହୋଇ କବାଡ଼ି ଜିନିଷ ବିକି ପରିବାର ଚଳାଇ ଆସୁଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁ ତାହା ବି ବନ୍ଦ ହୋଇଗଲା ।

ଶେଷରେ ବାଧ୍ୟ ହୋଇ ଭିକ ମାଗିଲେ । ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଆତଯାତ ବନ୍ଦ ହୋଇଯିବାରୁ ତାହା ବି ବନ୍ଦ ହୋଇଗଲା । ରବି ଦାସଙ୍କ ଜୀବନର ଏହି ଦୁଃଖ କାହାଣୀ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ନଜରରେ ଆସିଲେ ।

ଫଳରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ରିକ୍ସା ଦେବା ପାଇଁ ତାଙ୍କ ବାସ ଭବନକୁ ଡାକିଥିଲେ । ହେଲେ ରବି ଦାସ ଏହାକୁ ବିଶ୍ୱାସ କରି ପାରି ନଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଯିବାରେ ତାଙ୍କର ୪୫ ମିନିଟ୍‌ ଡେରି ହୋଇଯାଇଥିଲା । ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ ତାଙ୍କୁ ଅପେକ୍ଷା କରି ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.