PM-CM ଆଲୋଚନା, ମୋଦି କହିଲେ ସଂକ୍ରମଣ ହ୍ରାସ ଲକ୍ଷ୍ୟ ସହ ‘ଦୋ ଗଜ୍‌ ଦୂରୀକୁ’ ମାନି ଆଗକୁ ବଢିବାକୁ ହେବ, ନବୀନ ଦେଲେ ୫ଟି ପ୍ରସ୍ତାବ

କେନ୍ୟୁଜ୍ (ବ୍ୟୁରୋ):ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୫ଟି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାକୁ ନେଇ ଗ୍ରୀନ, ଅଂରେଜ ଓ ରେଡ ଜୋନ ନିର୍ଦ୍ଧାରଣ କରାଯାଉଛି। ସମ୍ପୂର୍ଣ୍ଣ ଜିଲ୍ଲାକୁ ୟୁନିଟ୍‌ ଭାବେ ଗ୍ରହଣ କରା ନଯାଇ ଜିଲ୍ଲାର ଛୋଟ ଅଂଶକୁ ଜୋନରେ ରଖାଯାଉ। ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେଉ। ଲକ୍‌ ଡାଉନ ନିୟମାବଳୀର ବିକ୍ରେନ୍ଦ୍ରୀକରଣ ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଉ। କେନ୍ଦ୍ର ସରକାର ନିୟମ ନର୍ଦ୍ଧାରଣ କରନ୍ତୁ। ତାହାକୁ ସ୍ଥାନୀୟ ସ୍ତରରେ ପାଳନ କରାଯାଉ। ଅର୍ଥନୈତିକ କ୍ଷେତ୍ରକୁ ଚଳଚଂଚଳ କରିବା ପାଇଁ ଜାତୀୟ ସ୍ତରରେ ଏକ ଏସଓପି ପାଳନ କରାଯାଉ। ସେହିପରି ପ୍ରବାସୀଙ୍କ ପାଇଁ ଯେପରି ରାଜ୍ୟ ସହମତିରେ ଟ୍ରେନ୍‌ ଚାଲିଛି, ସେହିଭଳି ପାସେଞ୍ଜର ରେଳ ଚଳାଚଳ କ୍ଷେତ୍ରରେ ରାଜ୍ୟର ସହମତି ଲୋଡାଯାଉ।

PM MODI

ପଞ୍ଚମ ପର୍ଯ୍ୟାୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଚକ୍ରବ୍ୟୂହରୁ ମୁକୁଳିବାକୁ ପ୍ରସ୍ତୁତ ହେଉଛି ଯୋଜନା। ପଞ୍ଚମ ଥର ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା ବେଳେ ମୋଦି କହିଥିଲେ ଭାରତର କରୋନା ଲଢେଇକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି। ଏଥିପାଇଁ ସବୁ ରାଜ୍ୟକୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଗକୁ ଏହି ଉଦ୍ୟମ ଜାରି ରଖିବା ପାଇଁ କହିଛନ୍ତି ମୋଦି। ମୋଦି କହିଛନ୍ତି, ବର୍ତ୍ତମାନ ଆମ ପାଖରେ ସ୍ପଷ୍ଟ ସୂଚନା ଅଛି କେଉଁ ଅଂଚଳରେ କେତେ ସଂକ୍ରମିତ।

 

ଜିଲ୍ଲା ସ୍ତର ପର୍ଯ୍ୟନ୍ତ କିପରି କାମ କରି ହେବ ସେ କଥା ବି ଅଧିକାରୀମାନେ ବୁଝି ସାରିଲେଣି। ଧୀରେ ଧୀରେ ହେଲେ ବି ଦେଶର ବିଭିନ୍ନ ପ୍ରାନ୍ତରେ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ଵିତ ହେବ। କିନ୍ତୁ ବୁଝିବାକୁ ହେବ କରୋନା ବିରୋଧ ଲଢେଇକୁ ଏବେ ଅଧିକ ଫୋକସ କରିବାକୁ ପଡ଼ିବ। ସଂକ୍ରମଣ ହ୍ରାସ ଲକ୍ଷ୍ୟ ସହ ଦୋ ଗଜ୍‌ ଦୂରୀକୁ ମାନି ଆଗକୁ ବଢିବାକୁ ହେବ। ଆମକୁ ସୁନିଶ୍ଚିତ କରିବାକୁ ପଡିବ ଗ୍ରାମାଞ୍ଚଳ ଏହି ବିପଦରୁ କିପରି ଦୂରରେ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.