Below header

ମାତ୍ର ୫୦୦ ଟଙ୍କାରେ ମିଳିବ କରୋନା ଟେଷ୍ଟିଂ କିଟ୍, ICMR ଦେଲା ସ୍ୱୀକୃତି, ସରକାର ଚାହିଁଲେ କରିହେବ ଦିନକୁ ୩ ଲକ୍ଷ ଟେଷ୍ଟ

କେନ୍ୟୁଜ୍ (ବ୍ୟୁରୋ): ୫୦୦ ଟଙ୍କାରେ ମିଳିବ କରୋନା ଟେଷ୍ଟିଂ  କିଟ୍।   ଦୀର୍ଘ  ଦୁଇମାସ ପରେ କରୋନା ଟେଷ୍ଟ କିଟ ପ୍ରସ୍ତୁତ କଲା  GCC BIOTECH INDIA ସଂସ୍ଥା । ଆଇସିଏମଆର ଏହାକୁ ସ୍ୱୀକୃତି ଦେଇଛି।  ସଂସ୍ଥାର ଏମଡି କହିଛନ୍ତି ସ୍ବଳ୍ପ ମୂଲ୍ୟର ସାରାଭାରତରେ ଏହି କିଟ୍ ଯୋଗାଇଦେବାକୁ ଲକ୍ଷ ରଖାଯାଇଛି। ବର୍ତ୍ତମାନ ୪୦ ଲକ୍ଷ କିଟ ଷ୍ଟୋରରେ ଉପଲବ୍ଧ  ଅଛି ଯଦି ଭାରତ ଆଗାମୀ ଦିନରେ ୩ ଲକ୍ଷ ନମୂନା ଟେଷ୍ଟ କରିବ ତେବେ GCC BIOTECH ସରକାରଙ୍କୁ ସହଯୋଗ କରି  କିଟ୍ ଯୋଗାଇ ଦେବ ବୋଲି  GCC BIOTECHର ଏମଡି ସୂଚନା ଦେଇଛନ୍ତି।

ସେପଟେ କରୋନା ଭାଇରସ୍‌ ଉପରେ ବିଜୟ ପାଇବାର ଏକ ନୂଆ ଉପାୟ ବିକଶିତ କରିଛନ୍ତି ଭାରତୀୟ ବୈଜ୍ଞାନକମାନେ । ଏହି ସ୍ୱଦେଶୀ କିଟ୍‌ ‘ଏଲିସା’କୁ ନିର୍ମାଣ କରିଛନ୍ତି ପୁଣେ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ବୈଜ୍ଞାନିକମାନେ ।

ଏହା ଦ୍ୱାରା ମନୁଷ୍ୟ ଦେହରେ ଥିବା କୋଭିଡ୍‌ –୧୯ ଏଣ୍ଟିବଡ଼ିର ଖୋଜ୍‌ କରାଯାଇ ପାରିବ । ଏହି କୋଭିଡ଼୍‍ ୧୯ ଏଣ୍ଟିବଡ଼ିର ଖୋଜ୍‌ କରିପାରୁଥିବା ଟେଷ୍ଟିଂ କିଟ୍‌ କରୋନା ପାଇ ବଡ଼ ସଫଳତା ଆଣିପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି ।

ଏହି କିଟ୍‌କୁ ମୁମ୍ବାଇର ଦୁଇଟି ସ୍ଥାନରେ ପ୍ରୟୋଗ କରାଯାଇ ସଫଳତା ମିଳିଥିବା ଜଣାଯାଇଛି । ଏହି କିଟ୍‌ ସାହାଯ୍ୟରେ ମାତ୍ର ଅଢ଼େଇ ଘଣ୍ଟାରେ ୯୦ ଟି ସାମ୍ପଲ୍‌ ଟେଷ୍ଟ କରାଯାଇ ପାରିବ । ଏହି କିଟ୍‌କୁ ବହୁ ମାତ୍ରାରେ ଉତ୍ପାଦନ କରିବା ପାଇଁ ଜାଇଡସ୍‌ କାଡିଲା କମ୍ପାନୀ ସହ ଚୁକ୍ତି କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.