Below header

ଚୀନର ଡିଜିଟାଲ୍ ଭିକାରୀ, ଭିକ ମାଗିବା ପାଇଁ ବ୍ୟବହାର କରୁଛନ୍ତି QR କୋଡ୍

ବିମୁଦ୍ରାକରଣ ପରେ ଭାରତରେ ବଢିଯାଇଛି ଡିଜିଟାଲ୍ ପେମେଣ୍ଟର ଚଳନ । ଚା’ ଦୋକାନୀ ହେଉ ଅବା ପାନ ଦୋକାନୀ । ପେ ଟିଏମ୍ ରେ ପେମେଣ୍ଟ ନେଉଥିବା ଦୋକନୀ ପ୍ରାୟ ସବୁ ଗଳିକନ୍ଦିରେ ମିଳିଯିବେ । କିନ୍ତୁ ପଡୋଶୀ ଚୀନ୍ ଏହି ମାମଲାରେ ଆମ ଦେଶଠୁ ମଧ୍ୟ ଆଗକୁ ଚାଲିଯାଇଛି । ସେଠାରେ ଭିକାରୀମାନେ ବି ଡିଜିଟାଲ୍ ହୋଇଗଲେଣି । ଏବଂ ଭିକ ମାଗିବା ପାଇଁ ବ୍ୟବହାର କରୁଛନ୍ତି QR କୋଡ୍ ।

ଏହା ସହ ପଢନ୍ତୁ ପାଠ ଇଞ୍ଜିନିୟରିଂ, ପେସା ଡ୍ରାଇଭିଂ . . ଭେଟନ୍ତୁ ସମାଜର ରୁଢିବାଦୀ ଚିନ୍ତାଧାରାକୁ ଭାଙ୍ଗିଥିବା ମୁମ୍ବାଇର ପ୍ରଥମ ମହିଳା ବସ୍ ଡ୍ରାଇଭର୍ ପ୍ରତୀକ୍ଷାଙ୍କୁ

ଅନେକ ସମୟରେ ଦେଖାଯାଇଛି ଖୁଚୁରା ନଥିବାରୁ ଭିକ ଦେଇପାରନ୍ତିନି ଲୋକ । ଆଉ ଏହାର ସାମାଧାନ ବାହାର କରି QR କୋଡ ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି ଚୀନର ଭିକାରୀ । ଏବେ ଚୀନର ଲୋକ ଖୁଚୁରା ନଥିବା ବାହାନା କରି ଭିକାରୀଙ୍କୁ ଭିକ ଦେବାକୁ ମନା କରିପାରିବେନି । ଅନ୍ୟପଟେ ଏହି ଟ୍ରେଣ୍ଡ ଗ୍ରେ ବ୍ୟବସାୟକୁ ଜନ୍ମ ଦେଇଛି । କିଛି ଭିକାରୀ QR କୋଡ୍ ସ୍କାନ୍ କରି ପେମେଣ୍ଟ କରୁଥିବା ଲୋକଙ୍କ ଡାଟା ଏକାଠି କରି ବିକ୍ରି କରୁଛନ୍ତି ।

ସୂଚନାଯୋଗ୍ୟ, QR Code System ଆବିଷ୍କାର ୧୯୯୪ରେ ଜାପାନର ଏକ କମ୍ପାନୀ Denso Wave କରିଥିଲା । ଯାହାର ଲକ୍ଷ ଥିଲା ମାନ୍ୟୁଫାକ୍ଚର କରାଯାଉଥିବା ବାହନକୁ ଟ୍ରାକ୍ କରିବା । ଧୀରେ ଧୀରେ ଏହି କୋଡିଂ ସିଷ୍ଟମ ଦକ୍ଷିଣ କୋରିଆ ଏବଂ ଜାପାନରେ ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବହାର କରାଗଲା । ଆଉ ପରେ ପୁରା ଦୁନିଆ ଏହାକୁ ବ୍ୟବହାର କରିବାକୁ ଲାଗିଲା । କିନ୍ତୁ ଏହି ପେମେଣ୍ଟ ସିଷ୍ଟମକୁ ଚୀନ ଏମିତି ବ୍ୟବହାର କରିବ ତାହା କେହି ଚିନ୍ତା କରିନଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.