ଆଜି ଠାରୁ ଭୋକରେ ରହି ଟ୍ରେନ ଚଲାଇବେ ଲୋକୋ ପାଇଲଟ୍, ଜାଣନ୍ତୁ କାହିଁକି

ଲକ୍ଷ୍ନୗ : ଅଲ ଇଣ୍ଡିଆ ଲୋକୋ ରନିଂ ଷ୍ଟାଫ୍ ଆସୋସିଏସନର ଆହ୍ବାନରେ ସୋମବାର ଠାରୁ ଲୋକୋ ପାଇଲଟ୍ ଉପାସ ରହି ଟ୍ରେନ ଚଲାଇବେ। ଅନେକ ଦାବିକୁ ନେଇ ଏମାନେ ବିରୋଧ କରିଛନ୍ତି। ଭୋକ ହରତାଳ କରିବା ବ୍ଯତୀତ ଷ୍ଟେସନରେ ଧାରଣା ମଧ୍ୟ ପ୍ରଦର୍ଶନ କରାଇବେ। ୧୫ ଏବଂ ୧୬ ଜୁଲାଇରେ ଯଦି ଭୋକ ହରତାଳ ସମୟରେ ଦାବି ପୂରଣ କରିବା ପାଇଁ ଆଶ୍ବାସନା  ନମିଳିଲା ତେବେ ସେମାନେ ବଡ ପଦକ୍ଷେପ ଉଠାଇପାରନ୍ତି।

ଲୋକୋ ପାଇଇଲଟ୍ ରନିଂ ଆଲାଉନ୍ସ ସମ୍ବଦ୍ଧିତ ଦାବି ପୂରଣ ନହେବା କାରଣରୁ ବିରୋଧ କରୁଛନ୍ତି। ସେହିଭଳି ରେଲୱେ ସମ୍ବଦ୍ଧିତ ଦାବି କରିଛନ୍ତି। ଅବଶ୍ଯ ରେଳ ମନ୍ତ୍ରାଳୟକୁ ଏହା ଭରଷା ରହିଛି ଯେ ସେମାନେ ସାଂକେତିକ ଭୋକ ହରତାଳ କରି ବିରୋଧ ପ୍ରର୍ଦଶନ କରିବେ।

ଏହା ସହ ପଢ଼ନ୍ତୁ : ୧୫ ରୁ ୨୨ ଯାଏଁ ଦିଲ୍ଲୀ ଆସୁଥିବା ୮୦ଟି ଟ୍ରେନକୁ ରଦ୍ଦ କଲା ରେଳବାଇ, ୫୭ଟିର ବଦଳିଲା ରୁଟ୍

ସୂଚନା ଅନୁଯାୟୀ ନିକଟରେ ମୋଦି ସରକାର-୨ ଉପସ୍ଥାପନା କରିଥିବା ପ୍ରଥମ ବଜେଟରେ ରେଲୱେର ପିପିପି ଆଧାର ଅନୁଯାୟୀ ନିବେଶ ବଢ଼ାଇବା ପାଇଁ କୁହାଯାଇଛି। ରେଳମନ୍ତ୍ରୀ ନିଜୀକରଣର ସମସ୍ତ ଆଶଙ୍କାକୁ ଖାରଜ କରିଦେଇଛନ୍ତି। ରେଳମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ରେଲୱେ ନିଜୀକରଣ ଆଶଂକାକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ ରେଲୱେର ପ୍ରାଇଭେଟାଇଜେସନ କେହି କରିପାରିବେ ନାହିଁ ଏବଂ ଏହାର ଅର୍ଥ କିଛି ନାହିଁ। ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର ସୁବିଧା ଏବଂ ନିବେଶ ବଢ଼ାଇବା ପାଇଁ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ (ପିପିପି) ଆମନ୍ତ୍ରିତ କରିବାର ଆଶା କରାଯାଉଛି।

Leave A Reply

Your email address will not be published.