ପାଠ ଇଞ୍ଜିନିୟରିଂ, ପେସା ଡ୍ରାଇଭିଂ . . ଭେଟନ୍ତୁ ସମାଜର ରୁଢିବାଦୀ ଚିନ୍ତାଧାରାକୁ ଭାଙ୍ଗିଥିବା ମୁମ୍ବାଇର ପ୍ରଥମ ମହିଳା ବସ୍ ଡ୍ରାଇଭର୍ ପ୍ରତୀକ୍ଷାଙ୍କୁ

ବଦଳୁଛି ସମୟ । ବଦଳୁଛି ମାନସିକତା । ବଦଳୁଛି ମଣିଷ । ଆଜିର ସମୟରେ କୌଣସି କ୍ଷେତ୍ରରେ ପୁରୁଷଙ୍କଠୁ ପଛରେ ନାହାଁନ୍ତି ମହିଳା । ଘାସ କଟାଠୁ ଆରମ୍ଭ କରି ଘୋଡା ଚଢା । ଏମିତି କୌଣସି କାମ ନାହିଁ ଯେଉଁଠି ନିଜକୁ ପ୍ରମାଣିତ କରିନାହାଁନ୍ତି ମହିଳା । ସେହିପରି ଜଣେ ଯୁବତୀଙ୍କ କାହାଣୀ ଆମେ କହିବୁ ଯିଏ ଭାଙ୍ଗିଛନ୍ତି ସମାଜର ରୁଢିବାଦୀ ଚିନ୍ତାଧାରା । ଉଚ୍ଚଶିକ୍ଷା ପ୍ରାପ୍ତ କରି ମଧ୍ୟ ଭୁଲି ନାହାଁନ୍ତି ନିଜ ସ୍ବପ୍ନକୁ । ଆଉ ଜଣେ ସଫଳ ବସ୍ ଡ୍ରାଇଭର୍ ହୋଇ ନିଜ ସ୍ବପ୍ନରେ ଲଗାଇଛନ୍ତି ଡେଣା ।

ପ୍ରତୀକ୍ଷା ଦାସ । ମେକାନିକାଲ୍ ଇଞ୍ଜିନିୟରିଂ କରିଛନ୍ତି ମୁମ୍ବାଇର ୨୪ ବର୍ଷୀୟା ପ୍ରତୀକ୍ଷା । ଇଞ୍ଜିନିୟରିଂ କରିଛନ୍ତି ସତ ହେଲେ ଇଞ୍ଜିନିୟର ହୋଇନାହାଁନ୍ତି ପ୍ରତୀକ୍ଷା । ବରଂ ମୁମ୍ବାଇର ପ୍ରଥମ ମହିଳା ବସ୍ ଡ୍ରାଇଭର୍ ହୋଇ ଯାଇଛନ୍ତି ପ୍ରତୀକ୍ଷା ।

pratikhya dasଇଞ୍ଜିନିୟରିଂ ସାରିବା ପରେ ଆରଟିଓ ଅଫିସର ହେବା ପାଇଁ ପ୍ରସ୍ତୁତି କରୁଥିଲେ ପ୍ରତୀକ୍ଷା । ହେଲେ ଏଥିପାଇଁ ଆବଶ୍ୟକ ଥିଲା ବଡ଼ ତଥା ହେଭି ବାହନର ଲାଇସେନ୍ସ । ଯଦି ସେ ଚାହିଁଥାନ୍ତେ ତେବେ ନକଲି ଲାଇସେନ୍ସ କରିପାରିଥାନ୍ତେ । କିନ୍ତୁ ସେପରି ନକରି ସେ ନିଜେ ବଡ଼ ଗାଡି ଚଲାଇବା ଶିଖିବା ଆରମ୍ଭ କରିଦେଲେ । ଆଉ ଡ୍ରାଇଭିଂ ଶିଖୁ ଶିଖୁ ସେ ନିଜ କ୍ୟାରିୟରର ରାସ୍ତା ହିଁ ବଦଳାଇ ଦେଲେ । ବର୍ତ୍ତମାନ ସେ ଲାଇସେନ୍ସ ସହ ମୁମ୍ବାଇରେ ବସ୍ ଡ୍ରାଇଭିଂ କରୁଛନ୍ତି । ତାଙ୍କ ବସ୍ ଏବେ ମୁମ୍ବାଇର ଅଭ୍ୟାସ ମାର୍ଗରେ ଦୌଡୁଛି । କେବଳ ବସ୍ ନୁହେଁ ବଡ଼ ବଡ଼ ବାଇକ୍ ମଧ୍ୟ ଚଲାଇବାକୁ ପସନ୍ଦ କରନ୍ତି ପ୍ରତୀକ୍ଷା । ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ହିଁ ପ୍ରଥମ ଥର ସେ ବାଇକ୍ ଚଲାଇବା ଶିଖିଥିଲେ । 

Leave A Reply

Your email address will not be published.