Below header

ଆଗାମୀ ୫ ବର୍ଷ ଭିତରେ ୨୦ ଲକ୍ଷ ଯୁବକଙ୍କୁ ମିଳିବ ରୋଜଗାର ଓ ମାଗଣାରେ ଯୋଗାଇ ଦିଆଯିବ କରୋନା ଭ୍ୟାକସିନ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ପ୍ରାୟ ୧୫ଟି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି । କହିରଖିବା ଉଚିତ ହେବକି, ରାଜ୍ୟରେ ଏନ୍ଡିଏ ସରକାର ଗଠନ ହେବା ପରେ ଏହା ହେଉଛି ଦ୍ଵିତୀୟ କ୍ୟାବିନେଟ ମିଟିଙ୍ଗ । ମିଟିଙ୍ଗରେ ନୀତିଶଙ୍କ ସୁଶାସନର ପ୍ରଶଂସା କରାଯିବା ସହ ଆଗାମୀ ୫ ବର୍ଷ ପାଇଁ ତିଆରି ହୋଇଥିବା ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ସହ ପୂର୍ବ କାର୍ଯ୍ୟକାଳରେ ଅଧୁରା ରହିଯାଇଥିବା ଯୋଜନା ଗୁଡିକୁ ପୁରା କରିବା ପାଇଁ ନିଷ୍ପତ୍ତି ହୋଇଛି । ବୈଠକରେ ଯୁବକଙ୍କ ବେରୋଜଗାରୀ, ସ୍ନାତକ ଶିକ୍ଷା ଶେଷ କରିଥିବା ଛାତ୍ର ମାନଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, ହୃଦରୋଗୀଙ୍କୁ ମାଗଣା ଚିକିତ୍ସା, ବୟସ୍କ ମାନଙ୍କ ଦେଖାରଖା ପରି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନ ନିଆଯାଇଛି । ଆସନ୍ତୁ ସେ ଉପରେ ଏକ ନଜର ପକାଇବା।

– ଆଗାମୀ ୫ ବର୍ଷ ଭିତରେ ରାଜ୍ୟର ୨୦ ଲକ୍ଷ ବେରୋଜଗାରଙ୍କୁ ରୋଜଗାର ଯୋଗାଇ ଦିଆଯିବ ।

– ରାଜ୍ୟର ସମସ୍ତ ଆଇଟିଆଇ ଅନୁଷ୍ଠାନ ଗୁଡ଼ିକୁ “ସେଣ୍ଟର ଅଫ ଏକଶିଲେନ୍ସ”ସଦୃଶ ନିର୍ମାଣ କରାଯିବ ।

– ରାଜ୍ୟର ରଜଗିରି ଜିଲ୍ଲାରେ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ ।

– ଟେକ୍ନିକାଲ ବା ବୈଷୟିକ ଶିକ୍ଷା ଗୁଡିକ ହିନ୍ଦୀ ଭାଷାରେ ଦିଆଯିବା ନେଇ ବ୍ୟବସ୍ଥା ହେବ ।

– ହୃଦ ରୋଗର ଶିକାର ହୋଇଥିବା ଛୋଟ ପିଲା ମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

– ବାହାରେ କାର୍ଯ୍ୟରତ ଥିବା ଲୋକମାନଙ୍କର ପଂଚାୟତ ସ୍ତରରେ ରେଜିଷ୍ଟ୍ରେସନ କରାଯିବ ।

Maharashtra govt to soon launch employment generation program for MSMEs: Official

– ସ୍ୱରୋଜଗାର ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଅନୁଦାନ ରାଶି ମିଳିବ ।

– ଇଣ୍ଟର ପାସ କରିଥିବା ଅବିବାହିତ ମହିଳା ମାନଙ୍କୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯିବ ।

– ସ୍ନାତକ ଶିକ୍ଷା ଶେଷ କରିଥିବା ମହିଳାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

– ମାତ୍ର ୧ ପ୍ରତିଶତ ସୁଧ ହାରରେ ଯୁବକ ମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ।

– ରାଜ୍ୟର ବୟସ୍କ ମାନଙ୍କ ଦେଖାଶୁଣା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.