ଥଣ୍ଡା ଦିନେ ଶରୀରକୁ ଗରମ ରଖିଥାଏ ବେସନ ଲଡୁ, ଆଜି ହିଁ ଘରେ କରନ୍ତୁ ପ୍ରସ୍ତୁତ

ଥଣ୍ଡା ଦିନ ଆରମ୍ଭ ହେବା ମାତ୍ରେ ହିଁ ଘରେ ଘରେ ଗାଜର ହାଲୁଆ ଏବଂ ଲଡୁର ଡିମାଣ୍ଡ ବଢିଯାଇଥାଏ। ସେହିଭଳି ଥଣ୍ଡା ଦିନେ ଲୋକମାନେ ବେସନ ପିନ୍ନି ତିଆରି କରି ଖାଇବା ପାଇଁ ଖୁବ୍‌ ପସନ୍ଦ କରିଥାନ୍ତି । ଏହି ବେସନ ପିନ୍ନିକୁ ଅଧିକାଂଶ ଲୋକମାନେ ଚଣା ଲଡୁ ମଧ୍ୟ କହିଥାନ୍ତି। ଯଦି ଆପଣ ମଧ୍ୟ ଘରେ ବେସନ ପିନ୍ନି ପ୍ରସ୍ତୁତ କରି ଖାଇବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ:

ladoo୨୫୦ ଗ୍ରାମ ବେସନ
୧୦୦ ଗ୍ରାମ ଶୁଦ୍ଧ ଦେଶୀ ଘିଅ
୧୦୦ କିମ୍ବା ୧୫୦ ଗ୍ରାମ କଟା ଯାଇଥିବା ବାଦାମ
୧୦ ରୁ ୧୫ ଟା କଟା ଯାଇଥିବା ପିସ୍ତା ଏବଂ କାଜୁ
୧୦୦ ଗ୍ରାମ ଚିନି
୧ ରୁ ୩ କପ୍‌ କ୍ଷୀର

ପ୍ରସ୍ତୁତି ପ୍ରଣାଳୀ:

besan-ladooପ୍ରଥମେ ଏକ ପାତ୍ରରେ ଘିଅ ଗରମ କରି ଦିଅନ୍ତୁ। ଘିଅ ଗରମ ହୋଇଯିବା ପରେ ସେଥିରେ ବେସନ ପକାଇ କିଛି ସମୟ ପାଇଁ ଅଳ୍ପ ଆଞ୍ଚରେ ରଖନ୍ତୁ। ଏହାପରେ ବେସନର ରଙ୍ଗ ଯେତେବେଳେ ହାଲୁକା ବ୍ରାଉନ୍‌ କଲର୍‌ ହୋଇଯିବ ସେତେବେଳେ ଏଥିରେ ଚିନି, କାଜୁ, ପିସ୍ତା ଏବଂ ବାଦାମ ପକାନ୍ତୁ। ଏହାପରେ ଏହାକୁ ଭଲଭାବେ ମିଶ୍ରଣ କରନ୍ତୁ। ଏବେ ସେଥିରେ ଧିରେ ଧିରେ କ୍ଷୀର ପକାଇବା ସହ ଅଳ୍ପ ଆଞ୍ଚରେ ରଖି ମିଶ୍ରଣକୁ ଭଲଭାବେ ଗୋଳାନ୍ତୁ। ପରେ ଏହି ମିଶ୍ରଣ ସମ୍ପୂର୍ଣ୍ଣ ଥଣ୍ଡା ହୋଇଯିବା ପରେ ଏହାକୁ ଗୋଲ ଆକାରର ଲଡୁ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପ୍ରିୟ ବେସନ ଲଡୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.