Below header

ବିହାର ରାଜ୍ୟପାଳଙ୍କ କାର୍‌କେଡ ଦୁର୍ଘଟଣାଗ୍ରସ୍ତ, ଡିଭାଇଡର ସହ ଧକ୍କା ହୋଇ ଅଟୋକୁ ପିଟିଲା ଅଗ୍ନିଶମ ଗାଡ଼ି; ୭ ଗୁରୁତର

ବିହାର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କ କାର୍‌କେଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବୈଶାଳୀ ଜିଲ୍ଲାର ଭଗବାନପୁରରେ ଏହି ସଡ଼କ ଦୁର୍ଘଟଣା ଘଟିଛି।

ବିହାର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କ କାର୍‌କେଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବୈଶାଳୀ ଜିଲ୍ଲାର ଭଗବାନପୁରରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ରାଜ୍ୟପାଳ ପାଟନାରୁ ମୁଜାଫରପୁର ଯାଉଥିବା ସମୟରେ ତାଙ୍କ କାର୍‌କେଡ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

ଭଗବାନପୁରର ରତନପୁରାଠାରେ ହାଜିପୁର-ମୁଜାଫରପୁର NH 22ରେ କାର୍‌କେଡରେ ସାମିଲ ଦମକଳ ଗାଡ଼ି ହଠାତ୍‌ ଡିଭାଇଡର ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ତେବେ ଏହା ଡିଭାଇଡର ସହ ଧକ୍କା ହୋଇ ଏକ ଅଟୋକୁ ମଧ୍ୟ ପିଟି ଦେଇଥିଲା।

ଏହି ଦୁର୍ଘଟଣାରେ ୩ ଅଗ୍ନିଶମ ଯବାନଙ୍କ ସହ ଅଟୋରେ ଥିବା ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯଦିଓ ରାଜ୍ୟପାଳଙ୍କ କାର୍‌କେଡ ଦୁର୍ଘଟଣା ପରେ ଅଟକି ନ ଥିଲା ଏବଂ ଏହା ମୁଜାଫରପୁର ଅଭିମୁଖେ ଯାତ୍ରା କରିଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଗାଡିରୁ ବାହାର କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.