Below header

ବୁଲା କୁକୁରଙ୍କ ପାଇଁ ଲାଗୁ ହେଲା ଧାରା ୧୪୪

ଉତ୍ତର ପ୍ରଦେଶ : ବିଜନେର ଡିଏମ୍ ସୁଜିତ କୁମାର ବୁଲା କୁକୁର ତଥା ହିଂସକ ପଶୁଙ୍କୁ ଚିହ୍ନଟ କରି ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାଗୀୟ ନିର୍ଦ୍ଦେଶକ ସମାଜିକ ୱାନିକି, ମୁଖ୍ୟ ପଶୁ ଚିକିତ୍ସାଧିକାରୀ, ଉପର ମୁଖ୍ୟ ଅଧିକାରୀ ଜିଲ୍ଲା ପଞ୍ଚାୟତ ସହିତ ଅନ୍ୟ ସମ୍ବଦ୍ଧୀତ ଅଧିକାରୀଙ୍କୁ ଏହି କାର୍ଯ୍ୟ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ବୁଲା କୁକୁରଙ୍କୁ ଧରି ଉପଚାରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର କୌଣସି ବି କୁକୁର ଯଦି ହିଂସକ ବାହାରିଲେ ତେବେ ଏସଡିଜିଏମ ବ୍ରଜେଶ କୁମାର ବିଜନୋର ତହସିଲରେ ୨୭ ଜୁଲାଇ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛନ୍ତି। ସେ ଜଣାଇଛନ୍ତି ଯେ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ଯଦି କୌଣସି ବ୍ୟକ୍ତିଙ୍କୁ ଏକାକୀ ଜଙ୍ଗଲ ଆଡକୁ ଯାଉଥିଲେ ଏହା ଉପରେ ପ୍ରତିବନ୍ଧକ ଲଗାଯାଉ। ନିକଟରେ ଏକ ବୁଲା ହଂସକ କୁକୁର ଜଣେ ବ୍ୟକ୍ତିଙ୍କୁ ମାରିଦେଇଛି।

ପଶୁ ଚିକିତ୍ସକ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ଏହି କୁକୁରମାନେ ମ୍ରୁତ ଜୀବ ମାଂସ ଖାଇ ଭୟଙ୍କର ହୋଇଯାଇଛନ୍ତି।
ସେହିଭଳି ଡିଏମ୍ ମୁଖ୍ୟ ଅଧିକାରୀ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲା ପଞ୍ଚାୟତ ମ୍ରୁତ ଜୀବଙ୍କର ଶବକୁ ଗାତ ଖୋଳି ପୋତିଦେବାକୁ ସୁନିଶ୍ଚିତ କରନ୍ତୁ। ଏପରି ପରିବା ଦ୍ବାରା କୁକୁରମାନେ ମ୍ରୁତ ଜୀବଙ୍କର ମାଂସକୁ ଖାଇ ପାରିବେ ନାହିଁ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେପର୍ଯ୍ୟନ୍ତ ବୁଲା କୁକୁରଙ୍କୁ ନ ଧରାଯାଇଛି ସେପର୍ଯ୍ୟନ୍ତ ଗାଁ ଲୋକ ଏକାକୀ ବାହାରକୁ ନ ବାହାରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.