Below header

ବରଗଡ : ପୋଲିସକୁ ମିଳିଲା ସଫଳତା, ଧରାପଡିଲେ ଗୁଳିକାଣ୍ଡରେ ସମ୍ପୃକ୍ତ ୪ ଅଭିଯୁକ୍ତ

ବରଗଡ (କେନ୍ୟୁଜ୍) : ବରଗଡ ପୋଲିସକୁ ମିଳିଛି ବଡ ସଫଳତା । ବହୁ ଚର୍ଚ୍ଚିତ ବରଗଡ ଜମୁର୍ଡା ଆମ୍ବାବନା ଥାନା ଏବଂ ବରପାଲି ସହରରେ ଘଟିଥିବା ଗୁଳିକାଣ୍ଡର ଫର୍ଦ୍ଦାଫାସ ହେବା ସହ ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲଣ କରିଛି। ଏହା ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବରଗଡ଼ ଏସପି ମୁକେଶ କୁମାର ଭାମୋ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଜମୁର୍ଡା ଗ୍ରାମର ହିରାଲାଲ ମହାନ୍ତଙ୍କ ଘରୁ ଚୋରି କରିବାରେ ବିଫଳ ହେବାକୁ ସେଠାରେ ଉପସ୍ଥିତ ବସନ୍ତ ପ୍ରଧାନଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ବ୍ୟତୀତ ମହଦା ସରପଞ୍ଚଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଏହି ଚାରି ଅଭିଯୁକ୍ତ। ପୋଲିସ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୁଳି, ବନ୍ଧୁକ, ଗୋଟିଏ କାର, ବାଇକ୍ ଆଦି ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.