Below header

ନୀତିଶଙ୍କ ସୁରକ୍ଷାରେ ବଡ ତ୍ରୁଟି, ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ମାଡି ଆସିଲା ବାଇକ୍‌

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମର୍ଣ୍ଣିଂ ୱାକରେ ବାହାରି ଥିବା ସମୟରେ ଏକ ବାଇକ୍‌ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏମିତି ଘଟଣା ପରେ ନୀତିଶଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମର୍ଣ୍ଣିଂ ୱାକରେ ବାହାରି ଥିବା ସମୟରେ ଏକ ବାଇକ୍‌ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ନିବାସ ସ୍ଥିତ ମାର୍ଗ ଦେଇ ସକାଳେ ମର୍ଣ୍ଣି ୱାକ୍ କରିବାକୁ ବାହାରଥିଲେ । ଏହି ସମୟରେ ଏକ ବାଇକ୍ ଚାଳକ ତାଙ୍କ ସାମ୍ନାରେ କଟ୍‌ ମାରିନେଇଥିଲା । ଫଳରେ ନୀତିଶ ଫୁଟପାଥ ଉପରକୁ ଚଢଢିଯାଇଥିଲେ । ପୋଲିସ ବାଇକ୍‌ ଚାଳକକୁ ଗିରଫ କରିଛି ।

ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏଭଳି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସଏସଜି କମାଣ୍ଡାଣ୍ଟ ଏବଂ ଅଧିକାରୀଙ୍କୁ ଡକାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପାଟନା ନିବାସରେ ମିଟିଂ ହେବ ।

ତେବେ ଏହି ମାମଲାରେ ସବିଶେଷ ବିବରଣୀ ଏପର୍ଯ୍ୟନ୍ତ ଆସିନାହିଁ । କୁହାଯାଉଛି, ବାଇକ ଚାଳକ ଜଣକ ମୁଖ୍ୟନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ଗାଡି ନେଇ ଯିବାରୁ ମୁଖ୍ୟମନ୍ତ୍ରୀ ଫୁଟପାଥରେ ଚଢିଯାଇଥିଲେ । ନହେଲେ ଏକ ବଡ ଦୁର୍ଘଟଣା ଘଟିଯାଇଥାନ୍ତା । ମୁଖ୍ୟମନ୍ତ୍ରୀ ସତର୍କ ନଥିଲେ ହୁଏତ ଅନ୍ୟ କିଛି ଦୁର୍ଘଟଣା ହୋଇଥାନ୍ତା । ବାଇକ ଚାଳକକୁ ତୁରନ୍ତ ଗିରଫ କରାଯାଇଛି । ଯୁବକଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ସୂଚନା ମୁତାବକ, ୨୦୨୪ ନୁହେଁ, ଚଳିତବର୍ଷ ହୋଇପାରେ ଲୋକସଭା ନିର୍ବାଚନ । ନିର୍ଦ୍ଧାରିତ ସମୟ ପୂର୍ବରୁ ସାଧାରଣ ନିର୍ବାଚନ ହୋଇପାରେ । ଗତକାଲି ବିହାରରେ ଗ୍ରାମୀଣ କାର୍ଯ୍ୟ ବିଭାଗର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ଏକଥା କହିଛନ୍ତି ନୀତିଶ କୁମାର । ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି, ବଳକା କାମ ଶୀଘ୍ର ସାରିବାକୁ ଚେଷ୍ଟା କରନ୍ତୁ । ଜାନୁଆରୀ ୨୦୨୪ ସୁଦ୍ଧା କାମ ସରିଗଲେ ଭଲ । ଯେତେ ଶୀଘ୍ର ହୋଇପାରିବ କାମ ସାରିବାକୁ ପରାମର୍ଶ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ପାଟନାରେ ବାଇକ ଗ୍ୟାଙ୍ଗର ଆତଙ୍କ ରହିଛି । ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଚେନ୍‌ ଲୁଟ୍‌ କରନ୍ତି । ଯାହାର ଅନେକ ଭିଡିଓ ମଧ୍ୟ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କେମିତି ଏତେ ବଡ ତ୍ରୁଟି ହେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.