Below header

ଦୁଇ ଦିନ ଆଶ୍ଵସ୍ତି ପରେ ପୁଣି ତାତି : ଦିନ ସାଢେ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ

ଆଜିଠୁ ପୁଣି ଗ୍ରୀଷ୍ମଲହରି। ଆସନ୍ତା ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ । ଦିନରେ ସିଭିୟର ହିଟ୍‌ୱେଭ୍‌ ସହ ରାତିରେ ପ୍ରବଳ ତାତି ଅନୁଭୂତ ହେବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପୁଣି ଗ୍ରୀଷ୍ମଲହରି । ଦୁଇ ଦିନ ପାଗ ଥଣ୍ଡା ପଡ଼ିବା ପରେ ତାତି ଫେରିଛି । ତାତିବ ଦିନ । ତତଲା ପାଲଟିବ ରାତି । ଦିନ ରାତି ଅହସ୍ୟ କରିବ ଗରମ ଓ ଗୁଳୁଗୁଳି । ଉଷ୍ମ ରାତି ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ । ଦିନରେ ସିଭିୟର ହିଟ୍‌ୱେଭ୍‌ ସହ ରାତିରେ ପ୍ରବଳ ତାତି ଅନୁଭୂତ ହେବ ।

ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୨, ଭୁବନେଶ୍ୱରରେ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ସିଭିୟର ହିଟୱେଭ୍‌ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୮ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ । ମୌସୁମୀ ଆସିଲେ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିପାରେ ।

ଆଗାମୀ ୨ ଦିନ ଉଷ୍ମ ତାତି ପାଇଁ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସୋନପୁରକୁ ଚେତାବନୀ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ଦିନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ରାତିରେ ସ୍ୱାଭାବିକଠାରୁ ପାରଦ ୪ରୁ ୫ ଡିଗ୍ରୀ ଉପରେ ରହିପାରେ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକୋପରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.