Below header

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ପୂର୍ବାହ୍ନ ୧୧ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୪ ଦିନ। ୧୯ ତାରିଖରେ ପବିତ୍ର ନବଯୌବନ ଦର୍ଶନ। ସକାଳ ୮ଟାରୁ ଆରମ୍ଭ ହେବ ପରିମାଣିକ ଟିକେଟ ଦର୍ଶନ। ପ୍ରାୟ ୧ ଘଣ୍ଟା ଧରି ଚାଲିବ ଦର୍ଶନ।

ପୁରୀ (କେନ୍ୟୁଜ): ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୪ ଦିନ। ୧୯ ତାରିଖରେ ପବିତ୍ର ନବଯୌବନ ଦର୍ଶନ। ସକାଳ ୮ଟାରୁ ଆରମ୍ଭ ହେବ ପରିମାଣିକ ଟିକେଟ ଦର୍ଶନ। ପ୍ରାୟ ୧ ଘଣ୍ଟା ଧରି ଚାଲିବ ଦର୍ଶନ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ସକାଳ ୮ଟାରୁ ୯ଟା ଯାଏ ଦୁଇ ଘଣ୍ଟା ଧରି ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୂର୍ବାହ୍ନ ୧୧ଟା ପରେ ଆଉ ଦର୍ଶନ ବନ୍ଦ ରହିବ। ଭକ୍ତମାନେ କେବଳ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ। ନବଯୌବନ ଦର୍ଶନର ପରଦିନ ଶ୍ରୀଜିଉ ରଥାରୁଢ ହେବେ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.